ସାପ କାମୁଡ଼ାରେ ନାବାଳିକା ଗୁରୁତର; ଡାକ୍ତରଖାନାରେ ଭର୍ତ୍ତି
କଲମପୁର: କଲମପୁର ବ୍ଲକ ଅଧିନସ୍ଥ ହାରାମାଲ ପଂଚାୟତର ଝରାବାହାଲି ଗ୍ରାମର ଜନୈକ ନାବାଳିକା ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି। ତାଙ୍କୁ ପରିବାର ଲୋକ ଉଦ୍ଧାର କରି ଅପରାହ୍ନରେ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତିି।
ସୂଚନା ଅନୁସାରେ, ଝରାବାହାଲି ଗ୍ରାମର ସୁଭଦ୍ରା ମାଝୀ(୧୭) ରବିବାର ଛେଳି ଚରାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ଛେଳି ଚରାଉଥିବା ବେଳେ ହଠାତ୍ ଏକ ସାପ ତାଙ୍କ ଗୋଡ଼ ବୁଢା ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ଏନେଇ ପରିବାର ଲୋକ ଜାଣିବା ପରେ ସୁଭଦ୍ରାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗତ କିଛି ଦିନ ତଳେ ସୁଭଦ୍ରାଙ୍କ ଭାଉଜ ମିଥିଲା ମାଝୀ ମଧ୍ୟ ସାପ କାମୁଡ଼ାରେ ଗୁରୁତର ହୋଇଥିଲେ।
Comments are closed.