କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁରରେ ରାଷ୍ଟ୍ରୀୟ ଏକତା ପର୍ବ
ଗୋପାଳପୁର: କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରି ଷ୍ଟେସନ ପରିସରରେ ଆଞ୍ଚଳିକସ୍ତରୀୟ ରାଷ୍ଟ୍ରୀୟ ଏକତା ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ କଳା ଉତ୍ସବର ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଏଥିରେ ୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର, ବ୍ରହ୍ମପୁର, ଆସ୍କା, ଚିଲିକା, କନ୍ଧମାଳ, ଗୋପାଳପୁର ଏଵଂ ହିଞ୍ଜିଳିକାଟୁରୁ ୨୦୦ରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବି.ଏନ୍. ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ମି ଏ ଡି ସେଣ୍ଟରର କମାଣ୍ଡାଣ୍ଟ ବ୍ରିଗେଡିୟର ଆଇ. ଏସ୍ ପଞ୍ଜରଥ, ଏସ୍. ଏମ୍ ଏବଂ ତାଙ୍କ ସହିତ ଆର୍ମି ମୁଖ୍ୟ ଶିକ୍ଷା ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରତାପ ରଜନିଶ୍ ସିଂହ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ମାନେଜମେଣ୍ଟ କମିଟିର ସଦସ୍ୟ ଡ. ରାମଚନ୍ଦ୍ର ଜେନା, ପ୍ରାଚାର୍ଯ୍ୟ ମହୋଦୟଙ୍କ ପତ୍ନୀ ମମତା ଦାସ୍ ଏଵଂ ଅନ୍ୟ ସମ୍ମାନିତ ଅତିଥିମାନେ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ମହୋଦୟ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ ଏବଂ ପ୍ରତିଯୋଗୀମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରୀୟ ଏକତାକୁ ମଜଭୂତ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଅଧ୍ୟାପିକା କବିତା ଶ୍ରୀବାସ୍ତବ ଏବଂ ଗୀତା ଦାସ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରତିଯୋଗୀମାନେ ନିଜ ନିଜର ମରାଠୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିଯୋଗୀମାନେ ବିଭିନ୍ନ ପ୍ରତିଯୋଗିତା ସମୂହ ଗାନ,ଏକକ ସଙ୍ଗୀତ(ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର, ଲୋକସଙ୍ଗୀତ) ଏକକ ଅଭିନୟ, ନୃତ୍ୟ(ଲୋକ ଗୀତ, ଶାସ୍ତ୍ରୀୟ), ସମୂହ ନୃତ୍ୟ, ଚିତ୍ର କଳା (୨- ଡି,୩- ଡି), ଖେଳନା ଗଠନ, ପ୍ରୋଜେକ୍ଟ ଆଦିରେ ଭାଗ ନେଇ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଥଲେ। ବରିଷ୍ଠ ଅଧ୍ୟାପକ ବି କେ ଚୌବେ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଶୁଭ୍ର ସୌରଭ ବେହେରା,ଜୟା ପୁରୁୱାର ତଥା ସମସ୍ତ ଶିକ୍ଷକ ତଥା କର୍ମୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା।
Comments are closed.