www.samajalive.in
Saturday, December 13, 2025
21.1 C
Bhubaneswar

ଜିଲ୍ଲା ସ୍ତରୀୟ ଆଇନ ସାକ୍ଷରତା ପ୍ରତିଯୋଗୀତା

ଫୁଲବାଣୀ: ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ନିର୍ଦ୍ଦେଶ କ୍ରମେ, ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଦ୍ଵାରା ସ୍ଥାନୀୟ ଏ. ଡି. ଆର କେନ୍ଦ୍ର ଠାରେ ଏକ ଜିଲ୍ଲା ସ୍ତରୀୟ ଆଇନ ସାକ୍ଷରତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟଙ୍ଗ ନାଟକ, ଚିତ୍ରାଙ୍କନ, ବକୃତା ଏବଂ ପ୍ରବନ୍ଧ ଲିଖନ ଇତ୍ୟାଦି ପ୍ରତିଯୋଗୀତା ହୋଇଥିଲା। ଏହି ପ୍ରତିଯୋଗୀତାରେ ଆଇନ ସାକ୍ଷରତା କ୍ଲବ ଭାବରେ ପଞ୍ଜୀକୃତ ଥିବା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୭୭ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ବ୍ୟଙ୍ଗ ନାଟକ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ, ବୋଇଡା ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ। ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀର ନବମ ଶ୍ରେଣୀ ଛାତ୍ର ବିକାଶ ରଞ୍ଜନ କର, ବକୃତା ପ୍ରତିଯୋଗିତାରେ ଜୱାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ନାରାୟଣ ପ୍ରସାଦ ପଟ୍ଟନାୟକ, ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶ୍ରେୟସୀ ଦିବ୍ୟାଦିଶା ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ। ପ୍ରତିଯୋଗୀତା ଶେଷରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ସତ୍ୟପୀର ମିଶ୍ର, ଅଧ୍ୟକ୍ଷ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜିଲ୍ଲା କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ବାର ଆସୋସିଏସନର ସଭାପତି, ସମ୍ପାଦକ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories