www.samajalive.in
Saturday, December 13, 2025
26.1 C
Bhubaneswar

ଛଟେଇ ପ୍ରତିବାଦରେ ଡିଜିଟାଲ ଚିକିତ୍ସାଳୟ କର୍ମଚାରୀ ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର ଅପହଞ୍ଚ ଇଲାକାରେ ରୋଗୀଙ୍କୁ ହାତପାହାନ୍ତାରେ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଜକୁ ୫ବର୍ଷ ତଳେ ଡିଏମଏଫ୍‌‌ ପାଣ୍ଠିରୁ ବିଭିନ୍ନ ଅଞ୍ଚଳରେ ୧୫ଟି ଡିଜିଟାଲ ଚିକିତ୍ସାଳୟ ଖୋଲାଯାଇ କାର୍ଯ୍ୟକ୍ଷମ ହୋଇ ଆସୁଛି। ଏହି ଚିକିତ୍ସାଳୟରେ ଏଲଟି, ଏଏନଏମ୍‌‌ ଓ ଫାର୍ମାସିଷ୍ଟ ସହ ଡାକ୍ତର ନିଯୁକ୍ତ କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇ ଆସୁଛି। ଏଲଟି, ଏଏନଏମ୍‌‌ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦେଇଥିବା ଚୁକ୍ତିଭିତ୍ତିକ ସଂସ୍ଥାର କାର୍ଯ୍ୟକାଳ ଶେଷ ହେବାପରେ ଚଳିତମାସ ୧ ତାରିଖ ଠାରୁ ନୂତନ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି। ପୁରାତନ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତ ଫାର୍ମାସିଷ୍ଟ ମାନଙ୍କୁ ନୂତନ ସଂସ୍ଥା ପକ୍ଷରୁ ପୁନଃ ନିଯୁକ୍ତି ଦିଆଯାଇଥିବା ବେଳେ ୩୭ଜଣ ଏଲଟି ଓ ଏଏନ୍‌‌ଏମ୍‌‌ମାନଙ୍କୁ ଅଗଷ୍ଟ ୩୧ ତାରିଖରୁ ଛଟେଇ କରାଯାଇ ତାଙ୍କ ସ୍ଥାନରେ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ଦିଆଯିବା କେତେଦୂର ଯୁକ୍ତିସଙ୍ଗତ ବୋଲି ଛଟେଇ ହୋଇଥିବା କର୍ମଚାରୀ ମଧୁସ୍ମୀତା ଦାସ, ମିତାରାଣୀ ପ୍ରଧାନ, ସଶ୍ମୀତା ରାଉତ, ରିମା ନାଏକ, ଅନ୍ନପୂର୍ଣ୍ଣା ମହାନ୍ତ, ଇତିଶ୍ରୀ ବଳ, ସନ୍ଧ୍ୟାରାଣୀ ସିଂହ, ସୁନୀତାରାଣୀ ଗିରି, ରଞ୍ଜିତା ପ୍ରଧାନ ପ୍ରମୁଖ କ୍ଷୋଭ ପ୍ରକଟ କରିଛନ୍ତି। ଫାର୍ମାସିଷ୍ଟ ମାନଙ୍କ ଭଳି ଆମ୍ଭମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ପୂର୍ବକ ନ୍ୟାୟ ପ୍ରଦାନ ନିମନ୍ତେ ଶନିବାର ଛଟେଇ ହୋଇଥିବା ଏଏନଏମ୍‌‌ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories