ପଇସା ନଥିଲା ଷ୍ଟେସନରେ ଶୋଉଥିଲେ ଏବେ ହଜାର ହଜାର କୋଟିର ମାଲିକ

ନୂଆଦିଲ୍ଲୀ- ପରିଶ୍ରମ ଯୋଗୁଁ ଭାଗ୍ୟକୁ ବଦଳାଇଦେଇଛନ୍ତି ଏହି ବ୍ୟକ୍ତି । ଦିନ ଥିଲା ଏହି ବ୍ୟକ୍ତି ଜଣଙ୍କ ଷ୍ଟେସନରେ ଶୋଉଥିଲେ । ପାଖରେ ଖାଇବା ପାଇଁ ବି ଟଙ୍କା ନଥିଲା । ମାତ୍ର ନିଜର ପରିଶ୍ରମ ବଳରେ ସେ ୩୬ ହଜାର କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି । ଏହା ହେଉଛି ସତ୍ୟନାରାୟଣ ନୁବାଲଙ୍କ କାହାଣୀ । ସେ ଅନେକ ବାଧାବିଘ୍ନର ସାମ୍ନା କରିଛନ୍ତି । ହେଲେ ହାର ମାନି ନାହାନ୍ତି । ବାଧାବିଘ୍ନ ସହ ଲଢି ଏହି ସଫଳତା ହାସଲ କରିଛନ୍ତି ।

prayash

ସତ୍ୟନାରାୟଣ କେବଳ ୧୦ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି । ପଇସା ଅଭାବରୁ ସେ ଆଉ ପାଠ ପଢି ପାରି ନଥିଲେ । ୧୦ ପାଶ୍‌ ପରେ ଟଙ୍କା ରୋଜଗାର ପାଇଁ କାମ ଖୋଜିଥିଲେ । ମାତ୍ର ୧୯ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା । ଏହାପରେ ସେ କାମ ପାଇଁ ରାଜସ୍ଥାନରୁ ମହାରାଷ୍ଟ୍ର ଯାଇଥିଲେ । ପାଖରେ ଟଙ୍କା ନଥିଲା , କି ରହିବା ପାଇଁ ଘର ନଥିଲା । ଦିନରେ କାମ ରାତିରେ ବର୍ଷା ଶୀତରୁ ରକ୍ଷା ପାଇବା ପାଇଁ ଷ୍ଟେସନ ଭରସା ।ଦେନେ ସେ ଅବଦୁଲ ସତାର ନାମକ ବ୍ୟକ୍ତିଙ୍କୁ ଭେଟିଥିଲେ । ସେ ଲାଇସେନ୍ସପ୍ରାପ୍ତ ବିସ୍ଫୋଟକ ବ୍ୟବସାୟ ପାଇଁ ଅନୁମତି ପାଇଥିଲେ , ମାତ୍ର ବ୍ୟବସାୟ କରୁ ନଥିଲେ।

ସତ୍ୟନାରାୟଣ ଅବଦୁଲଠାରୁ ମାତ୍ର ୧୦୦୦ ଟଙ୍କାରେ ଲାଇସେନ୍ସ ଭଡାରେ ନେଇଥିଲେ । ସେ ୨୫୦ ଟଙ୍କାରେ ବ୍ୟବସାୟୀଙ୍କ ଠାରୁ ମାଲ୍ କିଣି ୮୦୦ ଟଙ୍କାରେ ବିକ୍ରି କରୁଥିଲେ । ଏହାପରେ ସେ ବିସ୍ଫୋଟକ ତିଆରି ଆରମ୍ଭ କରିଥିଲେ । ଏହା ସହ ଲାଭ ଟଙ୍କାରେ ସୋଲାର ଏନର୍ଜୀ ବ୍ୟବସାୟ କରିଥିଲେ । ଏବେ ସେ ୩୫ ହଜାର କୋଟି ଟଙ୍କାରୁ ଅଧିକର ମାଲିକ । ଫୋବର୍ସ ତାଲିକାରେ ୧୦୦ ଜଣଙ୍କ ମଧ୍ୟରେ ତାଙ୍କ ନାମ ।

Comments are closed.