www.samajalive.in
Friday, December 12, 2025
17.1 C
Bhubaneswar

ମାଲଗାଡ଼ିର ୩ ବଗି ଲାଇନଚ୍ୟୁତ

ବିଶ୍ରା: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ରେଳବାଇ କ୍ଲାସିଫିକେସନ ୟାର୍ଡଠାରେ ଦୁଇଟି ମାଲଗାଡ଼ି ମଧ୍ୟରେ ଧକ୍କା ହେବା ଯୋଗୁଁ ଗୋଟିଏ ମାଲଗାଡିର ୩ଟି ବଗି ଲାଇନଚ୍ୟୁତ ହୋଇଛି। ମାତ୍ର ରେଳବାଇ ବିଭାଗ ବିନା ହୁଟର ବଜାଇ ମାଲଗାଡ଼ି ବଗି ଉଠାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଶୁକ୍ରବାର ଅପରାହ୍ଣରେ ବନ୍ଧମୁଣ୍ଡା ରେଲବାଇ କ୍ଲାସିଫିକେସନ ୟାର୍ଡର ଦଶ ନମ୍ବର ଲାଇନରେ ଟ୍ରେନ୍ ସଣ୍ଟିଂ ହେଉ ଥିଲା। ସେହି ସମୟରେ ୧୧ ନମ୍ବର ଲାଇନରେ ଛିଡ଼ା ଥିବା ଗେଟି ବୋଝେଇ ଏକ ମାଲଗାଡ଼ି ପଛ ପଟୁ ଆସି ସଣ୍ଟିଂ ହେଉ ଥିବା ମାଲଗାଡ଼ିକୁ ଧକ୍କା ଦେଇ ଥିଲା। ଫଳରେ ଉକ୍ତ ମାଲଗାଡ଼ିର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା। ଅପରାହ୍ଣ ପ୍ରାୟ ୪ଟା ବେଳେ ଲାଇନଚ୍ୟୁତ ହୋଇ ଥିବା ବଗିଗୁଡ଼ିକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ରେଳବାଇ କର୍ତ୍ତୃପକ୍ଷଙ୍କ ତରଫରୁ ବିନା ହୁଟର ବଜାଇ କେବଳ ମୋବାଇଲ ଫୋନ ମେସେଜ ମାଧ୍ୟମରେ ବଗି ଉଠାଇବା ଆଲୋଚନାର ବିଷୟ ହୋଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories