ତିଗିରିଆ: ତିଗିରିଆ ବ୍ଳକ ଅନ୍ତର୍ଗତ ନୂଆ ସଡ଼କ – ଗୋଡ଼ିଝରିଆ ରାସ୍ତାର ମଙ୍ଗଳା ମନ୍ଦିର ନିକଟରେ ଏକ ପ୍ରାୟ ୧୦ ଫୁଟ୍ ଲମ୍ବର ଅଜଗର ସାପକୁ ଲୋକେ ଦେଖିବାକୁ ପାଇଥିଲେ। ସାପଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଲୋକେ ଦୂରତା ରକ୍ଷାକରି ଉଭୟ ପାର୍ଶ୍ଵରେ ଅଟକି ରହିଥିଲେ। ସାପଟି ରାସ୍ତା ପାର ହୋଇ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ପରେ ଯାତାୟତ କରିଥିଲେ। ନୂଆସଡ଼କ ଠାରୁ ଗୋଡ଼ିଝରିଆ ପର୍ଯ୍ୟନ୍ତ ଉକ୍ତ ଜଙ୍ଗଲୀ ରାସ୍ତାଟି ଢେଙ୍କାନାଳ ଜିଲା ମୁଖ୍ୟ ସହରକୁ ଯୋଗାଯୋଗ କରୁଥିବାରୁ ବହୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କ ଉକ୍ତ ରାସ୍ତାରେ ଯାତାୟତ କରିଥାନ୍ତି। ଅନେକ ସମୟରେ ଉକ୍ତ ରାସ୍ତାରେ ହାତୀଙ୍କ ଚଳାଚଳ ମଧ୍ୟ ରହିଥାଏ। ରାସ୍ତାଟି ନିଛାଟିଆ ହୋଇଥିବାରୁ ଅନେକ ସମୟରେ ଦୁର୍ବୃତ୍ତମାନଙ୍କ ଦ୍ବାରା ଲୋକେ ଲୁଟ୍ ପାଟର ଶିକାର ହେବାର ନଜିର ରହିଛି। ଏହିସବୁ କାରଣକୁ ନେଇ ନୂଆସଡ଼କ ଠାରୁ ଗୋଡ଼ିଝରିଆ ପର୍ଯ୍ୟନ୍ତ ରାସ୍ତାକୁ ଆଲୋକୀକରଣ କରାଯିବାକୁ ବିଭିନ୍ନ ସମୟରେ ଲୋକେ ଦାବି କରି ଆସୁଛନ୍ତି।
Popular Categories



