www.samajalive.in
Sunday, December 14, 2025
26.1 C
Bhubaneswar

ରାସ୍ତାରେ ଜମି ରହିଛି ପାଣି, ସମସ୍ୟାରେ ଲୋକେ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୯ ନମ୍ବର ୱାର୍ଡ଼ ତାରିଣୀ ବିହାରରେ ଥିବା ମୁଖ୍ୟ ରାସ୍ତାରେ ଅହରହ ମଇଳା ପାଣି ଚାଲିବା ସହିତରାସ୍ତାରେ ଜମି ରହୁଥିବାରୁ ଲୋକମାନଙ୍କ ଯାତାୟତରେ ଘୋର ଅସୁବିଧା ହେଉଥିବା ଅଭିଯୋଗ ହେଉଛି। ଉକ୍ତ ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଲୋକ ମାନଙ୍କ ଘରର ମଇଳା ପାଣି ମୁଖ୍ୟ ରାସ୍ତାରେ ମାଡ଼ିବା ସହିତ ବର୍ଷ ତମାମ ରାସ୍ତାରେ ଜମି ରହୁଛି। ରାସ୍ତା ଠାରୁ ଘର ଗୁଡ଼ିକ ଅଧିକ ଉଚ୍ଚରେ ରହିଥିବାରୁ ଲୋକଙ୍କ ଘରୁ ମଇଳା ପାଣି ବାହାରକୁ ଯାଇ ନପାରି ରାସ୍ତାରେ ଜମି ରହି ଏକ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଠି କରିବା ସହିତ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଲାଣି। ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ପୌର ପାଳିକାରେ ବହୁବାର ଅଭିଯୋଗ କରାଯାଇଥିଲେହେଁ କୌଣସି ସୁଫଳ ମିଳି ନାହିଁ। ଏବେ ଚାରିଆଡ଼େ ଡେଙ୍ଗୁ ବ୍ୟାପୁଥିବାରୁ ପୌର କତ୍ତୃପକ୍ଷ ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହିତ ୱାର୍ଡ଼ରେ ଡ୍ରେନ୍‌‌ ନିର୍ମାଣର ବ୍ୟବସ୍ଥା କରିବା ପାଇଁ ୱାର୍ଡ଼ର ଅଶୋକ ପ୍ରଧାନ, ଅଜୟ ସାହୁ, ମାନସ କୁମାର ବେହେରା, ଆଲୋକ ରାଉତ, ହେମନ୍ତ ସାହୁ, ମଧୁସ୍ମିତା ବେହେରା, ଦିପ୍ତିମୟୀ ନାୟକ, ଗୀତା ସାହୁ ପ୍ରମୁଖ ଦାବି କରିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories