www.samajalive.in
Saturday, December 13, 2025
26.1 C
Bhubaneswar

କରାଟେ ବ୍ଲାକ ବେଲଟ ପରୀକ୍ଷାରେ କଳାହାଣ୍ଡିର ୩ ଛାତ୍ର ଉତ୍ତୀର୍ଣ୍ଣ

ଲାଞ୍ଜିଗଡ: ଓଡ଼ିଶାର ଭୁବନେଶ୍ଵର ଉତ୍କଳ କରାଟେ ସ୍କୁଲ ମୁଖ୍ୟ କାର୍ୟ୍ୟାଳୟରେ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଆୟୋଜିତ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ରବିବାର ଉଦଯାପିତ ହୋଇଛି। ଶିବିରରେ ବ୍ଲାକ ବେଲଟ ପରୀକ୍ଷା ଦେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କରାଟେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।ଏମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ତିନି ଜଣ କରାଟେ ଛାତ୍ର ଲୋକେଶ କୁମାର ମହାଖୁଡ, ହିତେଶ କୁମାର ମହାଖୁଡ ଓ କିରଣ ବେମାଲ ଏହି ବ୍ଲାକ ବେଲଟ ପରୀକ୍ଷାରେ ଭାଗ ନେଇ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉତ୍କଳ କରାଟେ ସ୍କୁଲ ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ସିହାନ ଡ଼ଃ ହରିପ୍ରସାଦ ପଟ୍ଟନାୟକ କାରାଟେକାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କରାଟେ ଛାତ୍ରମାନେ ୨୦୧୩ ମସିହାରେ କରାଟେରେ ଯୋଗ ଦେଇଥିବା ବେଳେ ଲୋକେଶ କୁମାର ମହାଖୁଡ ୨୦୧୬ ମସିହାରେ ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ, ୨୦୧୭ ମୟୁରଭଞ୍ଜଠାରେ ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ କାଂସ୍ୟ, ୨୦୧୮ ସେପ୍ଟେମ୍ବର ଓଡ଼ିଶାର କଟକଠାରେ ଡିଏଭି ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ନଭେମ୍ବର ମାସରେ ଝାରଖଣ୍ଡ ରାଜ୍ୟ ରାଞ୍ଚିଠାରେ ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୨୦୨୧ ମସିହା ଓଡ଼ିଶାର ଭୁବନେଶ୍ୱରଠାରେ ଆୟୋଜିତ ଓପନ କରାଟେ ପ୍ରତିଯୋଗିତାରେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ।

ସେହିପରି ହିତେଶ କୁମାର ମହାଖୁଡ ୨୦୧୬ ମସିହାରେ ମୟୁରଭଞ୍ଜଠାରେ ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ, ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱରଠାରେ ରୌପ୍ୟ, ୨୦୧୭ ମୟୁରଭଞ୍ଜ ବାରିପଦାଠାରେ ଜାତୀୟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ରୌପ୍ୟ, ୨୦୨୧ ମସିହାରେ ଓଡ଼ିଶାର ଭୁବନେଶ୍ୱରଠାରେ ଜାତୀୟ ଓପନ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ରୌପ୍ୟ ଓ ୨୦୨୨ ମସିହା ସେପ୍ଟେମ୍ବରରେ ଝାରସୁଗୁଡାଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କରି ନଭେମ୍ବରରେ ଝାରଖଣ୍ଡ ରାଞ୍ଚିରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।

- Advertisement -

କିରଣ ବେମାଲ ୨୦୧୬ ମସିହାରେ ମୟୁରଭଞ୍ଜ ବାରିପଦାଠାରେ ରାଜ୍ୟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ କାଂସ୍ୟ, ୨୦୧୯ ସେପ୍ଟେମ୍ବରରେ ଝାରସୁଗୁଡାଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରୌପ୍ୟ ଓ ନଭେମ୍ବରରେ ଜାତୀୟ ସ୍ତର ପାଇଁ ହାଇଦ୍ରାବାଦ ଗସ୍ତ କରିଥିବା ବେଳେ ୨୦୨୧ ମସିହା ଭୁବନେଶ୍ୱରଠାରେ ଓପନ କରାଟେ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories