www.samajalive.in
Saturday, December 13, 2025
26.1 C
Bhubaneswar

ବିଜେପି ପକ୍ଷରୁ ଖୁଣ୍ଟାପଡ଼ା ପଞ୍ଚାୟତ ଘେରାଉ

ଝୁମ୍ପୁରା: ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ପାଟଣା ନିର୍ବାଚନ ମଣ୍ଡଳୀର ଝୁମ୍ପୁରା ବ୍ଲକର ଖୁଣ୍ଟାପଡ଼ା ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ମଣ୍ଡଳ ସାଧାରଣ ସଂପାଦକ ଶାନ୍ତନୁ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ଜିଲା ସାଧାରଣ ସଂପାଦକ ଅନୁବ୍ରତ ବେହେରା(ବାଦଲ), ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ମମିତା ନାଏକ, ଉଖୁଣ୍ଡା ମଣ୍ଡଳ ସଭାପତି ପ୍ରବୀର ରଞ୍ଜନ ନାୟକ, ଆଦିବାସୀ ମୋର୍ଚ୍ଚା ଝୁମ୍ପୁରା ମଣ୍ଡଳ ସଭାପତି ମାଟୁରାମ ମୁଣ୍ଡା, ଜିଲା ସାମାଜିକ ଗଣମାଧ୍ୟମ ସଂଯୋଜକ ସୁରେଶ ଚନ୍ଦ୍ର ମହାନ୍ତ, ଖୁଂଟାପଡ଼ା ଶକ୍ତି କେନ୍ଦ୍ର ପ୍ରମୁଖ ଧରଣୀଧର ସାହୁ, ପୂର୍ବତନ ଜିଲାପରିଷଦ ସଭ୍ୟ ମାଜୁରା ମୁଣ୍ଡା, ବିଜେପିର ବରିଷ୍ଠ ସଦସ୍ୟ ତରଣୀସେନ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ବିଜେପି କର୍ମୀମାନଙ୍କୁ ନେଇ ହାଇସ୍କୁଲ ନିକଟରୁ ଏକ ଶୋଭାଯାତ୍ରାରେ ଆସି ପଞ୍ଚାୟତ କାର୍ଯ୍ୟାଳୟଠାରେ ପହଞ୍ଚି ଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଯୋଗଦାନ କରିଥିବା ବିଜେପିର କର୍ମକର୍ତାମାନେ କହିଲେ ପଞ୍ଚାୟତରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି ସଂଗ୍ରାମ କରିବା ସହିତ ପଞ୍ଚାୟତରେ ନାନା ପ୍ରକାରର ଅନିୟମିତତା ହେଉଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉ ନାହାନ୍ତି। ଆବାସ ତାଲିକାରେ ଗରିବଙ୍କ ନାମ ରହୁନଥିବାରୁ ପ୍ରକୃତ ଗରିବ ଲୋକ ଆବାସ ଯୋଜନରୁ ବଞ୍ଚିତ ହେଉଛନ୍ତି। ସେହିପରି ଅସହାୟ ବିଧବା, ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରିବା ଦିଗରେ ଗୁରୁତ୍ୱ ଦିଆଯାଉ ନାହିଁ, ସେହିପରି ମନରେଗା ଯୋଜନାରେ ବ୍ୟାପକ ଦୁର୍ନତୀ ହେବା ସହିତ ଟାଟା ପାୱାର କମ୍ପାନୀ ବିଦ୍ୟୁତ୍‌‌ ଗ୍ରାହକ ମାନଙ୍କୁ ଶୋଷଣ କରୁଛନ୍ତି ତା’ସହିତ ପରିମଳ ଯୋଜନାରେ ବ୍ୟାପକ ଦୁର୍ନତୀ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ଋଣ ପ୍ରଦାନ କରିବା ପରେ ସୁଧ ଆକାରେ ଶୋଷଣ କରୁଛନ୍ତି, ଯୁବକମାନଙ୍କୁ ନିଯୁକ୍ତି କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ପଞ୍ଚାୟତରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ବିଜେପି ପକ୍ଷରୁ ତାର ଅଭିଯାନ ଆରମ୍ଭ କରିଛି। ପଞ୍ଚାୟତଗୁଡିକରୁ ଦୁର୍ନୀତି ନ ହଟିବା ଯାଏ ବିଜେପି ତାର ସଂଗ୍ରାମ ଜାରୀ ରଖିବ ବୋଲି ଯୋଗଦାନ କରିଥିବା କର୍ମକର୍ତାମାନେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୭ଟି ବୁଥର ବୁଥ ସଭାପତି ସମେତ ଶତାଧିକ ବିଜେପି କର୍ମୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories