www.samajalive.in
Thursday, December 11, 2025
16.1 C
Bhubaneswar

ଝୁମ୍ପୁରାରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ଝୁମ୍ପୁରା: ଝୁମ୍ପୁରା ବ୍ଲକ ପରିସର ମଧ୍ୟରେ ରହିଥିବା ସଭାଗୃହଠାରେ ପଚାୟତିରାଜ ସଂସ୍ଥାକୁ ନିର୍ବାଚିତ ହୋଇଥିବା ଅନୂସୁଚିତ ଜନଜାତି ପ୍ରତିନିଧିଙ୍କ ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଅନୂସୁଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଝୁମ୍ପୁରା ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁଶିଲ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ବିଡିଓ ବିଚିତ୍ର କୁମାର କର, ପ୍ରଶିକ୍ଷକ ପରମେଶ୍ୱର ପାତ୍ର, ନରୋତମ ନାଏକ ଯୋଗଦାନ କରିଥିଲେ। ଅନୂସୁଚିତ ଜାତି ଓ ଜନଜାତିର ପ୍ରତିନିଧିଙ୍କୁ ସୁରକ୍ଷା ଓ ଅଧିକାର ପାଇଁ ଉଦ୍ଦିଷ୍ଟ ଆଇନ, ନିୟମାବଳୀ ବାବଦରେ ଅବଗତ କରିବା ସହ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରତି ପଞ୍ଚାୟତରେ ନିର୍ବାଚିତ ହୋଇଥିବା ଅନୂସୁଚିତ ଜାତି ଜନଜାତି ନିର୍ବାଚିତ ପ୍ରତିନିଧିମାନେ ସରକାର କରିଥିବା ଯୋଜନାଗୁଡିକୁ ଅଧିକରୁ ଅଧିକ କ୍ରୀୟାଶୀଳ କରିବା ଦିଗରେ ବିଶେଷ ଭାବରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଦିଗରେ ନିର୍ବାଚିତ ପ୍ରତିନିଧିମାନଙ୍କ ଭୂମିକା ଅଧିକ ରହୁଛି। ନିର୍ବାଚିତ ପ୍ରତିନିଧି ମାନେ ଯୋଜନା ଏବଂ ଏହାର ନିୟମ ସମ୍ପର୍କରେ ଜାଣିବା ପରେ ପ୍ରତି ଗ୍ରାମରେ ରହିଥିବା ଅନୂସୁଚିତ ଜାତି ଓ ଜନଜାତିର ଲୋକଙ୍କୁ ଯୋଜନା ସମ୍ପର୍କରେ ଅବଗତ କରିବା ସହିତ ଯୋଜନାକୁ ସଫଳ କିପରି କରାଯିବ ଏବଂ ଯୋଜନାଗୁଡିକୁ ଆଗେଇ ନେବାକୁ ସରକାରଙ୍କ ନିୟମ କଣ ରହିଛି ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଯୋଗଦାନ କରିଥିବା କର୍ମକର୍ତାମାନେ ସୂଚନା ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକର ୨୨ ଗୋଟି ପଞ୍ଚାୟତର ସରପଞ୍ଚ, ୧୧ ଜଣ ସମିତି ସଭ୍ୟ, ୨ ଜଣ ଜିଲାପରିଷଦ ସଦସ୍ୟଏବଂ ୱାର୍ଡ ସଭ୍ୟ/ସଭ୍ୟାମାନେ ଅଗଷ୍ଟ ୨୨ ତାରିଖଠାରୁ ଅଗଷ୍ଟ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories