www.samajalive.in
Saturday, December 13, 2025
26.1 C
Bhubaneswar

ଏଲଡିଏ ପକ୍ଷରୁ ଥାନା ଘେରାଓ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନାକୁ ସୋମବାର ଦିନ ଏଲଡିଏ(ଲିବେରାଲ ଡେମୋକ୍ରେଟିକ ଆସୋସିଏସନ)ପକ୍ଷରୁ  ଘେରାଉ କରାଯାଇଛି।ଏଲଡିଏ ସଭାପିତ ଲବ ସୁନାଙ୍କ ନେତୃତ୍ୱରେ ଏହି ଘେରାଓରେ ୩ ଦଫା ଦାବୀ ମଧ୍ୟରେ ଏସ. ମୌସୁମୀ କୁମ୍ଭାରର ନିଖୋଜ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ, କଣ୍ଟାବାଞ୍ଜି ଜେଲର ସାମ୍ବାଦିକ ରୋହନ ମହତଙ୍କ ମୁଣ୍ଡ ପାଇଁ ସୁପାରୀ ଘଟଣାର ନିରପେକ୍ଷ ତଦନ୍ତ କରି ଜେଲରଙ୍କୁ ଦଣ୍ଡ ବିଧାନ ଏବଂ ଅନ୍ୟତ୍ର ସ୍ଥାନାନ୍ତରଣ, ଲଲିତ ଜୈନଙ୍କ ସନ୍ଦେହ ଜନକ ମୃତ୍ୟୁର ନିରପେକ୍ଷ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହିତ ଅନ୍ୟାନ୍ୟ ଦାବୀ ନେଇ ଥାନା ଘେରାଓ କରିଥିଲେ। କଣ୍ଟାବାଞ୍ଜି ଥାନା ସମ୍ମୁଖରେ ଏକ ବିକ୍ଷୋଭ କରି ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅମୃତଲାଲ ବେହେରାଙ୍କୁ ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ସୁରଥ ବେହେରା, ନାରୀ ନେତ୍ରୀ ପିଙ୍କି ଖର୍ସେଲ, ଭଜ ସିପ୍କା, ରାଜେନ୍ଦ୍ର ଦିପ୍ ସହ ଅନ୍ୟମାନେ ସାମିଲ ଥିଲେ। କଣ୍ଟାବାଞ୍ଜି ସରକାରୀ ବାଳିକା ହାଇସ୍କୁଲରୁ ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories