www.samajalive.in
Saturday, December 6, 2025
19.1 C
Bhubaneswar

ଆଜିଠୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା

ଭୁବନେଶ୍ବର : ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟର ୩ଟି ବିଭାଗ ପାଇଁ ସୋମବାର ଏବଂ ମଙ୍ଗଳବାର ନାମଲେଖା ହେବ। ନାମଲେଖା ନିମନ୍ତେ କଟ୍‌-ଅଫ୍‌ ନମ୍ବର ପ୍ରକାଶ ପାଇସାରିଛି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଦୁଇଦିନ ମଧ୍ୟରେ ନାମ ଲେଖାଇ ପାରିବେ। ଏହି ନାମଲେଖା ପ୍ରକ୍ରିୟା ସାକ୍ଷିଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି (ଡିଗ୍ରୀ) ମହାବିଦ୍ୟାଳୟରେ ଚାଲିବ। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ବିଶ୍ବବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ରହିଛି।
୩ଟି ବିଭାଗରେ ୨୪ଟି ଲେଖାଏଁ ଆସନରେ ନାମଲେଖା ହେବ। ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ, ଆଦିବାସୀ ଭାଷା ଏବଂ ଐତିହ୍ୟ ଆଦି ୩ଟି ବିଭାଗରେ ୨୪ଟି ଲେଖାଏଁ ଆସନ ରହିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories