www.samajalive.in
Tuesday, December 9, 2025
15.1 C
Bhubaneswar

ତନୁଶ୍ରୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ରାକ୍ଷୀ : କହିଲେ ମୋତେ କ୍ଷମା କରିଦିଅ

ନୂଆଦିଲ୍ଲୀ : ଶେଷରେ ତନୁଶ୍ରୀ ଦତ୍ତାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ରାକ୍ଷୀ ସାୱନ୍ତ। ଏକ ଭିଡ଼ିଓ ମାଧ୍ୟମରେ ସେ ତନୁଶ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

କିଛି ଦିନ ପୂର୍ବରୁ ରାକ୍ଷୀ ଏକ କୁସ୍ତି କାର୍ୟ୍ୟକ୍ରମରେ ଯୋଗ ଦେଇ ମହିଳା ପହିଲମାନଙ୍କ ଦ୍ୱାରା ଆହତ ହୋଇଥିଲେ। ତେବେ ଏହି ଘଟଣା ପାଇଁ ରାକ୍ଷୀ ତନୁଶ୍ରୀଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ତନୁଶ୍ରୀ ପ୍ରତିଶୋଧ ନେବା ପାଇଁ ସଂପୃକ୍ତ ମହିଳା ପହିଲମାନଙ୍କୁ ଟଙ୍କା ଦେଇଛନ୍ତି ଓ ତନୁଶ୍ରୀଙ୍କ ଇଙ୍ଗିତରେ ହିଁ ତାଙ୍କ ଉପରେ ଆକ୍ରମଣ ହୋଇଛି।

- Advertisement -

ରାକ୍ଷୀଙ୍କ ଏହି ମନ୍ତବ୍ୟର ପ୍ରତିକ୍ରିୟାରେ ତନୁଶ୍ରୀ କହିଥିଲେ, ‘ଏଭଳି ମିଥ୍ୟା ଅଭିଯୋଗ ଦ୍ୱାରା ମୋର ଈଶ୍ୱରଙ୍କ ପ୍ରତି ଆସ୍ଥା କ୍ଷୂର୍ଣ୍ଣ ହୋଇଛି। ଯେ ପର୍ୟ୍ୟନ୍ତ ରାକ୍ଷୀ ସର୍ବସାଧାରଣରେ ମୋତେ କ୍ଷମା ନ ମାଗିଛନ୍ତି ସେ ପର୍ୟ୍ୟନ୍ତ ମୁଁ ଚର୍ଚ୍ଚ ଯିବିନାହିଁ ’। ତେବେ ରାକ୍ଷୀ ଏବେ ଏକ ଭିଡ଼ିଓ ଜରିଆରେ ତନୁଶ୍ରୀଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ଆମ ଦୁହିଁଙ୍କ ବିବାଦରେ ଈଶ୍ୱରଙ୍କୁ ଟଣାନଯାଉ।

‘ମିଠୁ’ ଅଭିଯାନ ମାଧ୍ୟମରେ ତନୁଶ୍ରୀ ନାନା ପାଟେକରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ପରେ ରାକ୍ଷୀ, ତନୁଶ୍ରୀଙ୍କୁ ବହୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତନୁଶ୍ରୀ ଜଣେ ସମଲିଙ୍ଗୀ ମହିଳା ବୋଲି କହିଥିଲେ। ଏପରିକି ତନୁଶ୍ରୀଙ୍କର ତାଙ୍କ ପ୍ରତି ଦୁର୍ବଳତା ଥିଲା ଓ ତନୁଶ୍ରୀ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ମଧ୍ୟ ରାକ୍ଷୀ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories