www.samajalive.in
Saturday, December 13, 2025
26.1 C
Bhubaneswar

ପାହାଡ ଭିତରେ ଫସି ରହିଛି ଦୁଇ ଶ୍ରମିକଙ୍କ ମୃତ ଶରୀର

ଚାନ୍ଦିପୁଟ :  ମୃତ୍ୟୁର ୨୨ଘଣ୍ଟା ବିତିଯାଇଥିଲେ ମଧ୍ୟ ଉଦ୍ଧାର ହୋଇପାରିନାହିଁ  ଦୁଇ ଶ୍ରମିକଙ୍କ ମୃତ ଶରୀର । ବନ୍ଧାଗୁଡା ଗାଁର ବେଆଇନ ପଥର ଖଣିରେ ପଥର ବ୍ଳାଷ୍ଟିଂ ବେଳେ ପଥର ଚାପାରେ ପ୍ରାଣ ହରାଇଥିବା ଦୁଇ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ  ଚେଷ୍ଟା ସତ୍ତ୍ବେ ବିଫଳ ହୋଇଛି ପ୍ରଶାସନ । ତଥାପି ଉଦ୍ୟମ ଜାରି ରହିଛି ।

ସୂଚନାଯୋଗ୍ୟ, ପ୍ରଶାସନର ନାକ ତଳେ ଚାଲିଥିଲା ବେଆଇନ ପଥର ଫୁଟା ଓ ଉତ୍ତୋଳନ କାର୍ଯ୍ୟ । ନିରବଦ୍ରଷ୍ଟା ସାଜିଥିଲା ପ୍ରଶାସନ । ଏହି ନିରବତା ପାଇଁ ଶୁକ୍ରବାର ସଂଧ୍ୟାରେ ଚାଲିଗଲା ଦୁଇ ଶ୍ରମିକଙ୍କ ଅମୂଲ୍ୟ ଜୀବନ। ପଥର ବ୍ଲାଷ୍ଟିଙ୍ଗ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପଥର ତଳେ ଚାପି ହୋଇ ରହିଥିବା ୨ ମୃତ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ଘଟିବାର ଦୀର୍ଘ ୨୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଉଦ୍ଧାର ହୋଇ ପାରିନାହିଁ ମର ଶରୀର। ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡା ଗ୍ରାମ ସ୍ଥିତ କ୍ରସର ନିକଟରେ ମୃତ୍ୟୁ ବରଣ କରିଥିବା ୨ ଜଣ ଶ୍ରମିକ ସଂମ୍ପର୍କରେ ମାମୁ ଓ ଭଣଜା । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଝରେଡି ରାଧା ଗୋବିନ୍ଦପୁର ଗ୍ରାମର ନାରାୟଣ ନାହାକ ଓ ମଧୁରଚୁଆ ଗ୍ରାମର ବିଷ୍ଣୁ ପ୍ରସାଦ ନୟକ ।

- Advertisement -

ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ବନ୍ଧାଗୁଡା ଜଙ୍ଗଲରେ ବେଆଇନ ଭାବେ ପଥର କୁଆଁରିରେ ବ୍ଲାଷ୍ଟିଂ କରାଯାଉଥିଲା । ବ୍ଳାଷ୍ଟିଂ ଚାଲିଥିବା ବେଳେ ନିକଟରେ ଥିବା ପଥର କୋରୋଡରେ ଉଭୟ ମାମୁ ଭଣଜା ଏକ ବଡ଼ ପଥର ପଛପଟେ ବସି ବ୍ଲାଷ୍ଟିଂ ପରିଚାଳନା କରୁଥିଲେ। ବ୍ଲାଷ୍ଟିଂ ପରେ ଏକ ପାହାଡ ଧସିଯିବାରୁ ଏକ ବିଶାଳକାୟ ପଥର ଉଭୟ ମାମୁ ଭଣଜା ଉପରେ ଚାପି ହୋଇଯାଇଛି । ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଖବର ପାଇ ମୃତ ଶ୍ରମିକଙ୍କ ସମ୍ପର୍କୀୟ ଘଟଣା ସମ୍ପର୍କରେ ଜଣାଇବା ପରେ ବିଳମ୍ବିତ ରାତିରେ ମୋହନା ତହସିଲଦାର ହିମାଂଶୁ ଭୁଷଣ ପଲେଇ , ମୋହନା ଥାନା ଅଧିକାରୀ ଓ ପୋଲିସ ଟିମ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ସମସ୍ତଙ୍କ ଚେଷ୍ଟା ସତ୍ତ୍ବେ ଅଦ୍ୟାବଧି ଉଭୟଙ୍କୁ ଉଦ୍ଧାର କରାଯାଇପାରିନାହିଁ । ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ରହି ଉଦ୍ଧାର ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଗତ ୫ ବର୍ଷ ହେଲା ମୃତ ନାରାୟଣ ଓ ତାଙ୍କ ପରିବାର ସହ ଏହି କ୍ରସରରେ ରହି ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କ ଭଣଜା ମଧ୍ୟ ସେହି କ୍ରସରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଶ୍ରମିକ ଭାବେ କାର୍ଯ୍ୟ କରିବା ବଦଳରେ ତାଙ୍କୁ ବେଆଇନ ଭାବେ ବିପଦପୂର୍ଣ୍ଣ ପଥର ବ୍ଳାଷ୍ଟିଂ କାମରେ କ୍ରସର ମାଲିକ ନିୟୋଜିତ କରିଥିଲେ । ଦୁଇ ଶ୍ରମିକଙ୍କ ମୃତ୍ୟୁ ପାଇଁ କ୍ରସର ମାଲିକ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ଦାୟୀ କରିଛନ୍ତି ମୃତକ ଶ୍ରମିକଙ୍କ ପରିବାର ଲୋକେ । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ମୁଖ୍ୟମନ୍ତ୍ରୀ ଙ୍କ ପାଣ୍ଠିରୁ ୫୦ ହଜାର ଲେଖାଏଁ ସହାୟତା ରାଶି ରାଜ୍ୟ ସରକାର ଘୋଷଣା କରିଥିବା ଉପଜିଲ୍ଲାପାଳ ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି । ମୋହନା ତହସିଲ ଅଧିନରେ ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ଧରି ଏଭଳି ଭାବେ ବେଆଇନ ଭାବେ ପଥର ବ୍ଳାଷ୍ଟିଂ କରାଯାଉଥିବା ବେଳେ ଅନେକଙ୍କ ଧନଜୀବନ ହାନି ଘଟୁଛି। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦାୟିତ୍ଵହୀନତା ଭାବେ ମଞ୍ଜୁରୀ ପ୍ରମାଣୀକରଣ, ପ୍ରଶାସନର ଲାଭଖୋର ମନୋବୃତି, ପଥର ମାଫିଆଙ୍କ ସହ ସଲାସୁତୁରା ଯୋଗୁଁ ବିଭିନ୍ନ କ୍ରସର କାରଖାନା ଚାଲିଆସୁଥିବା ବେଳେ ସରକାରଙ୍କ ନୀତି ନିୟମ ଓ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବେ ବେଖାତିର କରି ସକ୍ରିୟ ହେଉଛନ୍ତି କ୍ରସର ମାଲିକ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories