www.samajalive.in
Thursday, December 11, 2025
16.1 C
Bhubaneswar

ଓଲମା ଡକାୟତି ମାମଲା : ବୁଲୁଛନ୍ତି ଡକାୟତ, ପରିବାର ଭୟଭୀତ 

ଲଡ଼ୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଓଲମା ଗାଁ ଶେଷ ମୁଣ୍ଡରେ ଥିବା ଧନଞ୍ଜୟ ସାହୁଙ୍କ ଘରେ ଡ଼କାୟତି ହେଲା । ତଣ୍ଟିରେ ଛୁରୀ ମୁଣ୍ତରେ ପିସ୍ତଲ ରଖି ମାଡ଼ ମାରି  ଲୁଟିନେଲେ ଟଙ୍କା ଓ ୨୫ ଭରି ସୁନା ଗହଣା। ତା ସହିତ  ଘର ଆସବାବ ପତ୍ର ଭାଙ୍ଗି ଚୁରମାର୍ କରିଦେଲେ। ଧନଞ୍ଜୟ ସାହୁଙ୍କ ଉପରେ ପେଟ୍ରୋଲ ଢାଳି ଦେଲେ। ତେବେ ଆଶ୍ଚର୍ଯ୍ୟର କଥା ଯେ, ଡକାୟତ ମାନେ ଘର ବାଥରୁମ୍ କବାଟ ଭାଙ୍ଗି କିଛି ଖୋଜାଖୋଜି କରୁଥିବା ପରିବାର ପକ୍ଷରୁ କୁହାଯାଉଛି।  ପ୍ରାୟ ୧୨ ରୁ ୧୫ ଜଣ ମୁଖାପିନ୍ଧା ଡକାୟତ ମଧ୍ୟରୁ ବାଡ଼ ଡେଇଁବା ସମୟରେ ଜଣଙ୍କର ଗୋଡ଼ ଭାଙ୍ଗିଗଲା । ଆହତ ଡକାୟତ ଧରାପଡିଲା ପରେ ଚିକିତ୍ସା ପାଇଁ ନେଉଥିବା ବେଳେ ବାଟରେ  ମୃତ୍ୟୁ ଘଟିଥିଲା । ଆଉ ଚାରି ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ତେବେ  ଆଜକୁ ୬ ଦିନ ବିତିଗଲା ଇତି ମଧ୍ୟରେ କେବଳ ୫ ଜଣ ଡକାୟତ ଧରାପଡି ଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ କଳାହାଣ୍ଡି ପୁଲିସକୁ ଚକମା ଦେଇ ଖୋଲାରେ ଘୁରି ବୁଲିବା ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି।
ସେପଟେ  ସେହି କାଳରାତ୍ରୀ କଥା ଭାବି  ରାତି ଅଧରେ  ନିଦ ଭାଙ୍ଗିଲେ ପରିବାର ଲୋକେ ଭୟଭୀତ ହେଉଥିବା ଓ   କାହାକୁ ନିଦ ହେଉନଥିବା  କଥା ଶ୍ରୀ ସାହୁ  କହୁଥିବା ବେଳେ ଏପଟେ ପୁଲିସ ପକ୍ଷରୁ ସେହି ଗାଁ ସମେତ ଆଖପାଖ ଅଞ୍ଚଳରେ ପ୍ରତ୍ୟେହ  ପାଟ୍ରୋଲିଂ  କରାଯାଉଥିବା କୋକସରା ଥାନାଧିକାରୀ ରୋନିତା ପ୍ରଧାନ ପ୍ରକାଶ କରିଛନ୍ତି । ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ ଚୋପଦାରଙ୍କୁ ପୀଡିତ ପରିବାରର ସୁରକ୍ଷା ଓ ଅଞ୍ଚଳରେ ଲାଗି ରହିଥିବା ଡକାୟତ ଭୟକୁ ନେଇ ପଚାରିବାରୁ ପୁଲିସ ପକ୍ଷରୁ ଆମେ ତଦନ୍ତ ଜାରି ରଖିଛୁ, ଭୟଭୀତ ନହୋଇ ସମସ୍ତେ ପୁଲିସକୁ ସହଯୋଗ କରିବା  ସହ ଆଇନକୁ ହାତକୁ ନନେଇ  ଏ ସଂକ୍ରାନ୍ତରେ କିଛି  ସୂଚନା ଥିଲେ ପୁଲିସକୁ ଖବର ଦେବାପାଇଁ କହିଛନ୍ତି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories