www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପିର ବାମଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ହରଭଙ୍ଗା :  ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଶନିବାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ମଣ୍ଡଳ ଅନ୍ତର୍ଗତ  ବାମଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦେବା ସହିତ  ଘେରାଉ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ବିଜେପି ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ନାଏବ ସରପଞ୍ଚଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ମଣ୍ଡଳ ସଭାପତି ଶମ୍ଭୁ ପ୍ରଧାନ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷ କରି ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଇବା ପାଇଁ ଦାବି ଆପତ୍ତି କରିବା ସହିତ ଦୁର୍ନୀତି ଅଭିଯୋଗ ଓ ଭ୍ରଷ୍ଟାଚାରର ତଦନ୍ତ ସହିତ ପାଇଖାନା ଦୁର୍ନୀତି, ମନରେଗା ଯୋଜନାରେ ହେରାଫେରି ଓ  ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର, ସ୍ଵଛ ଭାରତ ଯୋଜନାରେ ପାଇଖାନା ଦୁର୍ନୀତି କେନ୍ଦ୍ର ସରକାରଙ୍କ ଜନହିତକର ସବୁ ଯୋଜନାରେ ଦୁର୍ନୀତି ଅଭିଯୋଗ ଓ ପ୍ରିୟା ପ୍ରୀତି ହେଉଥିବା ଉପରେ ଉପସ୍ଥିତ ନେତୃବୃନ୍ଦ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।ଏଥି ସହିତ ନୂଆ ଭୋଟର୍ ମାନଙ୍କୁ ପଞ୍ଜିକରଣ ଓ ଭୁଲ ସଂଶୋଧନ କରିବା ସହିତ, ବାଦ  ପ୍ରକିୟା ସବୁ ବୁଥ ସ୍ତରୀୟ କମିଟି ପକ୍ଷରୁ ବିଏଲଏ-୨, ମାନେ  ଘରକୁ ଘର ବୁଲି  ବାମଣ୍ଡା ଗ୍ରାମ ପଞ୍ଚାୟତର  ସମସ୍ତ ବୁଥ ମାନଙ୍କରେଅଭିଯାନ କରିବା ପାଇଁ ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଆଜିର ଏହି  କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତିଙ୍କ ସହିତ ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ  ପ୍ରଧାନ, ବିଧାନସଭା ସଂଯୋଜକ  ଯୁଗଳ କିଶୋର ସାମଲ, ଗଣେଶ ନାୟକ, ସୂର୍ଯ୍ୟ ନାରାୟଣ ମହାପାତ୍ର , ଶମ୍ଭୁ ପ୍ରଧାନ,  ମାଗୁଣି ଗାଈ  ଗୌରୀଆ, ନିହାର ରଞ୍ଜନ ମହାକୁଡ , ଶେଷ ଛାନ୍ଦ  , ବିଶି କେଶନ ପ୍ରଧାନ ,ହୃଦାନନ୍ଦ ପ୍ରଧାନ, ସୁଦାମ ମେଣ୍ଡିଲୀ ପ୍ରମୁଖ ବହୁ କର୍ମକର୍ତ୍ତା ଓ ହିତାଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories