www.samajalive.in
Monday, December 8, 2025
20.1 C
Bhubaneswar

ଶ୍ରୀମନ୍ଦିରରେ ଆଜିଠୁଁ ଝୁଲଣ ଯାତ୍ରା

ଡେସ୍କ : ଶ୍ରୀକ୍ଷେତ୍ର ପୁରୀରେ ଶ୍ରାବଣ ଶୁକ୍ଳ ଦଶମୀ ଅବସରରେ ଶ୍ରୀମନ୍ଦିରରେ ଶନିବାରଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଝୁଲଣଯାତ୍ରା ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଆଳତୀ ପରେ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ମଦନ ମୋହନ, ରାମକୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀ ସୁସଜ୍ଜିତ ଝୁଲଣ କୁଞ୍ଜକୁ ବିଜେ କରିବେ । ମୁକ୍ତିମଣ୍ଡପ ନିକଟରେ ସୁସଜ୍ଜିତ ଝୁଲଣ କୁଞ୍ଜ ନିର୍ମାଣ କରାଯାଇଛି । ଶ୍ରୀଜୀଉଙ୍କର ଆକର୍ଷଣୀୟ ଝୁଲଣ ଯାତ୍ରା ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି।

ଶ୍ରୀମନ୍ଦିରରେ ଦଶମୀଠାରୁ ପୂର୍ଣ୍ଣିମା ପରଦିନଯାଏ ୭ଦିନବ୍ୟାପୀ ଏହି ଝୁଲଣଯାତ୍ରା ପାଳନ କରାଯିବାର ପରମ୍ପରା ରହିଛି । ଶ୍ରୀମନ୍ଦିର ବ୍ୟତୀତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ଓ ମନ୍ଦିରରେ ମଧ୍ୟ ଝୁଲଣଯାତ୍ରା ପାଳନ କରାଯାଉଛି । ମଠରେ ପୂଜା ପାଉଥିବା ଠାକୁରମାନଙ୍କର ସ୍ୱତନ୍ତ୍ର ବେଶ ଓ ଝୁଲଣ ନୀତି କରାଯାଉଛି । ଶ୍ରଦ୍ଧାଳୁ  ଦର୍ଶନାର୍ଥୀମାନଙ୍କ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories