www.samajalive.in
Sunday, December 14, 2025
26.1 C
Bhubaneswar

ଜଳିଗଲା ପରିବା ଦୋକାନ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ଏସି କାର୍ୟ୍ୟାଳୟ ନିକଟରେ ଥିବା କୁନାବ୍ରତ ବିଶ୍ଵାଳଙ୍କ ଏକ ପରିବା ଦୋକାନ ଜଳିଯାଇଛି । କୌଣସି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ସକାଳ ପ୍ରାୟ ୫ ଟାରେ ଲୋକେ ଏହି ଦୋକାନ ଭିତରୁ ନିଆଁ ଜଳୁଥିବା ଦେଖି ମାଲିକ କୁନାକୁ ଖବର ଦେବା ସହ ଦୋକାନରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଦୋକାନ ର ଅଧିକାଂଶ ଜଳି ସାରିଥିଲା । ଘର ସହ ପୋଡ଼ି ନଷ୍ଟ ହୋଇଥିବା ପନିପରିବା ଆକଳନ ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା କ୍ଷତି ହୋଇଥିବା ଦୋକାନୀ ପ୍ରକାଶ କରିଛନ୍ତି । କିନ୍ତୁ ଆଶ୍ଚର୍ୟ୍ୟର କଥା ସେହି ଆଖ ପାଖରେ ଅନେକ ଦୋକାନ ଥିଲେ ମଧ୍ୟ ଅନ୍ୟ କୌଣସି ଦୋକାନରେ ଚୋରି କିମ୍ବା ଦୋକାନ ପୋଡ଼ି ହେଉ ନାହିଁ । କିନ୍ତୁ ଟମାଟର ଆକାଶ ଛୁଆଁ ଦର ଥିବା ବେଳେ ଟମାଟର ଗତ ସପ୍ତାହରେ ଚୋରି ହୋଇଥିଲା । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ହେବ ଦୋକାନୀ କୁନା ଏହି ଚାଳଛପର ଦୋକାନରେ ନିଜର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି । କିନ୍ତୁ ନିଜେ କାହାରି ପ୍ରତି କୌଣସି ଅନ୍ୟାୟ କରି ନଥିବା ବେଳେ ବାରମ୍ବାର ତାଙ୍କ ପେଟରେ ଲାତ ପଡ଼ୁଥିବା ନେଇ ସେ କାନ୍ଦି ପକାଇଥିଲେ । ତାଙ୍କର ପରିଶ୍ରମ ଏମିତି ବ୍ୟକ୍ତି ମାନଙ୍କ ଯୋଗୁଁ ନଷ୍ଟ ହୋଇ ଯାଉଛି ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories