www.samajalive.in
Sunday, December 14, 2025
23.1 C
Bhubaneswar

ଅସରାଏ ବର୍ଷାରେ ଚାନ୍ଦବାଲି ଛକ ଉବୁଟୁବୁ : ଯାତାୟତ ବାଧାପ୍ରାପ୍ତ

ଆଠଗଡ :  ଆଠଗଡ ସହରର ବ୍ୟସ୍ତବହୁଳ ଚାନ୍ଦବାଲି ଛକ ଅସରାଏ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ରହିବା ସଙ୍ଗେ ସଙ୍ଗେ ଦୁଇ ପାଖରେ ଥିବା ଦୋକାନଗୁଡିକରେ ବର୍ଷାଜଳ ପ୍ରବେଶ କରି ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରୁଛି । ବୁଧବାର ସନ୍ଧ୍ୟାରେ ଭଲ ଅସରାଏ ବର୍ଷା ହେବା ପରେ ଚାନ୍ଦବାଲିଛକର ପ୍ରାୟ ୧୦୦ମିଟର ରାସ୍ତାରେ ଜଳର ସ୍ରୋତ ଦେଖିବାକୁ ମିଳିଥିଲା । ଗାଡିମଟର ଚଳାଚଳରେ ବାଧା ସୃଷ୍ଟି ହେବା ସହ ବାଇକ ଆରୋହୀଙ୍କ ପାଇଁ ଯାତାୟତ ଦୁର୍ବିସହ ହୋଇଥିଲା । ଏହି ସମସ୍ୟା ଦୀର୍ଘଦିନ ହେଲା ଲାଗି ରହିଥିବାବେଳେ ଚାନ୍ଦବାଲି ଛକ ବଜାର କମିଟି ପକ୍ଷରୁ ବିଭିନ୍ନ ସମୟରେ ବିଶେଷ କରି ପ୍ରତିବର୍ଷ ବର୍ଷାଋତୁରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଦିଗରେ ଏନଏସି କର୍ତ୍ତୃପକ୍ଷ ହୁଅନ୍ତୁ ଅବା ପୂର୍ତ୍ତବିଭାଗ ଆଦୌ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଫଳରେ ଲୋକମାନଙ୍କ ମଧ୍ୟରେ ବହୁ ଅସନ୍ତୋଷ ସୃଷ୍ଟି ହେଉଛି । ଚାନ୍ଦବାଲିଛକଠାରୁ ବୀରକିଶୋରପୁର ପର୍ଯ୍ୟନ୍ତ ରାସ୍ତାର ଦକ୍ଷିଣ ପାର୍ଶ୍ବରେ ଥିବା ଚାଷଜମି ମଧ୍ୟରେ ଏକ ପ୍ରାକୃତିକ ନାଳ ରହିଥିଲା ।

- Advertisement -

ବୀରକିଶୋରପୁର ଓ କଙ୍ଗଡାସାହିର ମୁଣ୍ଡିଆ ଅଞ୍ଚଳରୁ ବର୍ଷାଜଳ ସେହି ପ୍ରାକୃତିକ ନାଳ ଦେଇ ପ୍ରବାହିତ ହେବା ସହ ନାଳଟି ବଡ ପୋଖରୀ ପାର୍ଶ୍ବ ଦେଇ ସାପୁଆ ନଦୀରେ ପଡୁଥିଲା। କିନ୍ତୁ ଉକ୍ତ ଚାଷଜମିକୁ ଏବେ ପ୍ଲଟିଂ କରି ସେଥିରେ ବହୁ ଗୃହ ନିର୍ମାଣ କରାଯାଇଥିବା ବେଳେ ପ୍ରାକୃତିକ ନାଳକୁ ପୋତି ଦିଆଯାଇଛି । ନିୟମାନୁଯାୟୀ ଘରୋଇ ହେଉ ଅବା ସରକାରୀ ଜାଗାରେ ଥିବା ପ୍ରାକୃତିକ ନାଳକୁ କସ୍ମିନ କାଳେ ପୋତାଯାଇ ପାରିିବନାହିଁ । କିନ୍ତୁ ଆଠଗଡରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହାର ଫଳସ୍ୱରୂପ ବର୍ଷା ସମୟରେ କେବଳ ଚାନ୍ଦବାଲିଛକ ବଜାର ନୁହେଁ ବରଂ ବୀରକିଶୋରପୁର ପର୍ଯ୍ୟନ୍ତ ଦକ୍ଷିଣ ପାର୍ଶ୍ବସ୍ଥ ବାସଗୃହଗୁଡିକ ଜଳାର୍ଣ୍ଣବ ହୋଇଯାଉଛି। ସେହିପରି ଚାନ୍ଦବାଲିଛକର ଦୁଇ ପାର୍ଶ୍ବରେ  ଥିବା ନାଳ ଉପରେ ସ୍ଲାବ ପକାଇ ଦିଆଯାଇଥିବା ଏବଂ ନାଳ ଅବରୋଧ ହୋଇ ରହିଥିବାରୁ ବର୍ଷାଜଳ ନାଳରେ ନଯାଇ ରାସ୍ତା ଉପରେ ପ୍ରବାହିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଆନ୍ତରିକତାର ସହ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories