www.samajalive.in
Sunday, December 14, 2025
26.1 C
Bhubaneswar

ରାକ୍ଷୀ ଉପହାର ; ଭଉଣୀ କରିବେ ମାଗଣା ବସ୍‌‌ ଯାତ୍ରା

ଲଖନଉ: ଉତ୍ତରପ୍ରଦେଶ ସରକାର ରକ୍ଷାବନ୍ଧନରେ ମହିଳା ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଚଳିତ ବର୍ଷ ମଧ୍ୟ ରକ୍ଷାବନ୍ଧନ ଅବସରରେ ମହିଳାଙ୍କୁ ମାଗଣାରେ ବସ ଯାତ୍ରା ଉପହାର ଦେବେ। ଏହାଦ୍ୱାରା ମହିଳାମାନେ ସହଜରେ ଗନ୍ତବ୍ୟ ସ୍ଥଳକୁ ଯାଇ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବେ। ଚଳିତ ବର୍ଷ ରକ୍ଷା ବନ୍ଧନର ମୁହୂର୍ତ୍ତ ୩୦ ଓ ୩୧ ଅଗଷ୍ଟ। ତେଣୁ ମହିଳାଙ୍କୁ ଗୋଟିଏ ଦିନ ମାଗଣାରେ ଯାତ୍ରା ମିଳିବ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ଯାତ୍ରାର ସମୟ ଅବଧି ଦୁଇ ଦିନ କରିବାର ଯୋଜନା ରହିଛି। ପରିବହନ ନିଗମ ଖୁବ ଶୀଘ୍ର ମାଗଣା ଯାତ୍ରା ସହ ଜଡିତ ଆବଶ୍ୟକ ନିର୍ଦ୍ଦେଶାନାମା ଜାରି କରିବେ।  ରକ୍ଷା ବନ୍ଧନରେ ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମର ବସରେ ୨୦୧୭ରୁ ରକ୍ଷାବନ୍ଧନ ଅବସରରେ ମହିଳାଙ୍କୁ ମାଗଣା ଯାତ୍ରା କରିବାର ସୁବିଧା ପ୍ରଦାନ କରାଯାଉଛି। ଯାଦ୍ୱାରା ସେମାନେ ସହଜରେ ନିଜ ଭାଇଙ୍କ ନିକଟରେ ପହଞ୍ଚି ପାରିବେ।
ରକ୍ଷାବନ୍ଧନରେ ଉତ୍ତରପ୍ରଦେଶର ପରିବହନ ନିଗମର ସମସ୍ତ ବସ୍‌‌ରେ ଗୋଟିଏ ରୁ ଆରମ୍ଭ କରି ଦୁଇ ଦିନ ପର୍ଯ୍ୟନ୍ତ ମହିଳାମାନେ ମାଗଣାରେ ଯାତ୍ରା କରିବେ। ୨୦୧୭ ଓ ୨୦୧୮ରେ ୧୧ ଲକ୍ଷ ଲେଖାଏଁ ଅଧିକ ମହିଳା ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ। ଗତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୨୨ ଲକ୍ଷ ଯାଏଁ ପହଞ୍ଚିଛି। ଚଳିତ ବର୍ଷ ରକ୍ଷାବନ୍ଧନରେ ମାଗଣା ଯାତ୍ରା ସର୍ବାଧିକ ସଂଖ୍ୟା ହୋଇପାରେ ବୋଲି କୁହାଯାଉଛି। ସରକାର ୨୦୧୭ ରୁ ୨୦୨୨ ମଧ୍ୟରେ ଏହି ସୁବିଧା ପ୍ରଦାନ କରିବା ପାଇଁ ୫୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ଲଖନଉ ସହ ୧୪ଟି ସହରରେ କାନପୁର, ଆଗ୍ରା, ବାରାଣସୀ, ପ୍ରୟାଗରାଜ, ମେରଠ, ଗାଜିଆବାଦ, ମଥୁରା-ବୃନ୍ଦାବନ, ଶାହାଜହାଁପୁର, ଝାନ୍ସୀ, ମୁରାଦାବାଦ, ଗୋରଖପୁର, ଅଲିଗଡ ଏବଂ ବରେଲୀରେ ଇଲେକ୍ଟ୍ରିକ ବସ୍‌‌ରେ ମହିଳାମାନେ ନିଶୁକ୍ଳ ଯାତ୍ରା କରି ପାରିବେ। ଗତ ବର୍ଷ ମହିଳାମାନଙ୍କୁ ଏହି ଲାଭ ମିଳିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories