www.samajalive.in
Saturday, December 6, 2025
19.1 C
Bhubaneswar

ହରଭଙ୍ଗା ବ୍ଲକରେ ଆମ୍ବୁଲାନ୍ସ ସେବା ଅପହଞ୍ଚ ; ରୋଗୀ ସେବା ଠପ୍

ହରଭଙ୍ଗା : ସରକାର ଗରିବ ଜନସାଧାରଣଙ୍କୁ ମାଗଣାରେ ଡାକ୍ତରଖାନା ପଂହଚାଇବା ପାଇଁ ୧୦୮ ଆମ୍ବୁଲାନ୍ସସେବା କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକର ଦୁଇଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସେବା ନଥିବାରୁ ଗରିବ ଶ୍ରେଣୀର ରୋଗୀ ଅଧିକ ଖର୍ଚ୍ଚାନ୍ତ ଭୋଗୁଛନ୍ତି। ଅନ୍ୟପଟେ ଗତ ରବିବାର ଜାତୀୟ ରାଜପଥର କଖାରୁ ଫାଳଠାରେ ଘଟିଥିବା ସଡକ ଦୁର୍ଘଟଣାରେ ଆମ୍ବୁଲାନ୍ସ ସେବାରେ ବିଳମ୍ବ ଯୋଗୁଁ ଦୁଇ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ ୨୨ପଂଚାୟତକୁ ନେଇ ଗଠିତ ହରଭଙ୍ଗା ବ୍ଲକରେ ରୋଗୀସେବା ଯୋଗାଇବା ପାଇଁ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟରେ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ବର୍ତମାନ ହରଭଙ୍ଗାରେ ଏକମାତ୍ର ଆମ୍ବୁଲାନ୍ସ ସଚଳ ଥିବା ଜଣାପଡିଛି। ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସଟି ଦୀର୍ଘ ୨ମାସହେଲା ଇଞ୍ଜିନ ଅକାମି ସହିତ ଚାରୋଟିଯାକ ଚକା ଅଚଳ ଯୋଗୁଁ ଆମ୍ବୁଲାନ୍ସ ଗାଡିଟି ବ୍ଲକ କାର୍ଯ୍ୟାଳୟ ପରିସରରେ ପଡି ଖତ ଖାଉଛି। ଫଳରେ ଏହି ଗାଡି ପାଇଁ ନିଯୁକ୍ତ ଥିବା ୩ଜଣ ଡ୍ରାଇଭର ଏବଂ ଜଣେ ଫାର୍ମାସିଷ୍ଟ ହାତବାନ୍ଧି ବସିଛନ୍ତି। ଅନ୍ୟପଟେ ଗାଡି ଅଚଳ ଯୋଗୁଁ ରୋଗୀ ସେବା ପାଇଁ ହରଭଙ୍ଗା, ଆଠମଲ୍ଲିକ, ବୌଦ୍ଧ, ଖଜୁରୀପଡା ଉପରେ ନିର୍ଭର କରିବାକୁ ପଡୁଛି। ବ୍ଲକ ସଦରମହକୁମାରେ ରହିଥିବା ଦୁଇଟିଯାକ ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରରେ ଆମ୍ବୁଲାନ୍ସ ସେବା ନଥିବାରୁ ଜାତୀୟ ରାଜପଥ ଉପରେ ସଡକ ଦୁର୍ଘଟଣା ଘଟିଲେ ଗୁରୁତର ରୋଗୀକୁ ମେଡିକାଲ ପଂହଚାଇବାରେ ବିଳମ୍ବ ଘଟୁଛି। ଯାହା ଫଳରେ ରୋଗୀଟି ମେଡିକାଲ ପଂହଚିବାରେ ବିଳମ୍ବ ଯୋ୍ୁଗୁଁ ଅକାରଣରେ ଜୀବନ ଯାଉଥିବା ଅଭିଯୋଗ ହେଉଛି। ତୁରନ୍ତ ପୁରୁଣାକଟକ ଏବଂ ଆଡେଣିଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇଦେବାକୁ ସମାଜସେବୀ ସଶିକାନ୍ତ ସାହୁ ଦାବୀ କରିଛନ୍ତି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories