www.samajalive.in
Thursday, December 11, 2025
16.1 C
Bhubaneswar

ଆର୍ଥିକ ସେବା ସାକ୍ଷରତା ସଚେତନ ଶିବିର

ଫୁଲବାଣୀ : ରାଜ୍ୟ ସରକାରଙ୍କ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଫୁଲବାଣୀ ଜିଲା ଆଇନଜୀବି ସଂଘ ପକ୍ଷରୁ ଆର୍ଥିକ ସେବା ସାକ୍ଷରତା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନଜୀବି ସଂଘର ସଭାପତି ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଡ଼େପୁଟି କଲେକ୍ଟର ଦିପ୍ତିମଣୀ ପ୍ରଧାନ, ସହାୟକ କଲେକ୍ଟର ବିବେକାନନ୍ଦ ସାମଲ, ପୋଷ୍ଟ ମାଷ୍ଟର ଅରୁଣ କୁମାର ସାହୁ ଓ ସନାତନ ପ୍ରଧାନ ପ୍ରମୁଖ ଯୋଗଦେଇ ଚିଟିଫଣ୍ଡ ସଂସ୍ଥାରୁ ସୁରକ୍ଷା ଓ ସୁରକ୍ଷିତ ସଂଚୟ ନେଇ ଜନସାଧାରଣଙ୍କୁ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ କନ୍ଧମାଳ ଭାରପ୍ରାପ୍ତ ନିର୍ଦ୍ଦେଶକ ସଂଜୟ ଓ ଆର୍ଥିକ ସେବା ଅଧିକାରୀ ବିଜୟ ଚନ୍ଦ୍ର ପାଳ ଶିବିରର ଆବଶ୍ୟକତା ସହିତ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସଂଚୟ ଯୋଜନା ଉପରେ ଆଲୋକପାତ କରିଥିଲେ। ଆଇନଜୀବି ସଂଘର ସଂପାଦକ କମଳ ବେହେରା ଉଦ୍ବୋଧନ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠିତ କାର୍ଯ୍ରକ୍ରମରେ ଆଇନଜୀବି ସଂଘର ବହୁ ସଦସ୍ୟ ଓ ସଦସ୍ୟାମାନେ ଯୋଗଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories