ଭୁବନେଶ୍ୱର: ନକଲି ସୂଚନା ଅଧିକାର କର୍ମୀ କାହ୍ନୁ ପ୍ରଧାନ ୨୦୨୦ରେ କାଜୁ ଜଙ୍ଗଲ ହାତେଇବା ପାଇଁ ଦୁଇ ଜଣଙ୍କୁ ହତ୍ୟା କରିଥିଲା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଚାନ୍ଦପୁର ଥାନାରେ ଅଭିଯୁକ୍ତ ବିରୋଧରେ ଅନେକ ମାମଲା ରହିଥିବା ସାମ୍ନାକୁ ଆସିଛି। କାହ୍ନୁ ୩ଟି ମଦ ଦୋକାନକୁ ଲିଜରେ ନେଇ ଚଲାଉଥିଲା । ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନକୁ ଏସଟିଏଫ ଗିରଫ କରି ପଚରାଉଚରା ପରେ ଗୋଟିଏ ଗୋଟିଏ କାରନାମା ପଦାକୁ ଆସୁଛି। ଏହି ଘଟଣାରେ ବ୍ରହ୍ମପୁରର କିଶୋର ମିଶ୍ରଙ୍କୁ ଗତ ଶୁକ୍ରବାର ଗିରଫ କରାଯାଇଥିଲା । ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ ଜବତ ହୋଇଛି। କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ ପକାଇ ବୁଲୁଥିଲେ କିଶୋର । ପୁଲିସର ସନ୍ଦେହ ହେବାରୁ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଥିଲା। ତା’ଠାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନକଲି ଆଇକାର୍ଡ ପାଇଥିଲା ପୁଲିସ। ୨ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣିପାରେ ଏସଟିଏଫ ।
Popular Categories



