www.samajalive.in
Sunday, December 14, 2025
26.1 C
Bhubaneswar

ପୋଲାରଜପୁରେ ବିଦ୍ୟାଳୟରେ ମନ୍ତ୍ରିମଣ୍ଡଳ ଗଠିତ

ପାତ୍ରପୁର :  ପାତ୍ରପୁର ବ୍ଳକ ତଣ୍ଡିପୂର ପଞ୍ଚାୟତ ଅଧିନସ୍ଥ ପୋଲାରଜପୂର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଜେଶ ମହାନ୍ତିଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲା । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୭୮ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ବିଭାଗ ଓ ବିଭାଗୀୟ ମନ୍ତ୍ରୀ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଶିକ୍ଷକ କୃଷ୍ଣ ଚନ୍ଦ୍ର ସେଠୀ, ବୁଝାଇ କହିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ଓ ପାରଦର୍ଶିତା ଭିତ୍ତିରେ ମନ୍ତ୍ରୀ ମାନଙ୍କୁ ମନୋନୀତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଦୀପ୍ତି ପ୍ରଧାନ, ସହଯୋଗୀ ମନିଷା ବେହେରା, ରୁଦ୍ର ପ୍ରଧାନ, ଶିକ୍ଷା ମନ୍ତ୍ରୀ ବଳରାମ ପ୍ରଧାନ, କ୍ରୀଡା ସଂସ୍କୃତି ମନ୍ତ୍ରୀ ରାଜେଶ୍ୱରି ପ୍ରଧାନ, ଖାଦ୍ୟ ଶୃଙ୍ଖଳା ମନ୍ତ୍ରୀ କିରଣ ସାହୁ, ସ୍ବାସ୍ଥ୍ୟ ପରିମଳ ମନ୍ତ୍ରୀ ରିତେଶ ସାହୁ, କୃଷି ପରିବେଶ ମନ୍ତ୍ରୀ ଓମ୍ ସାହୁ ଓ ମୀନା ମନ୍ତ୍ରୀ ନନ୍ଦିନୀ ସାହୁ ଭାବେ ମନୋନୀତ ହୋଇଛନ୍ତି । ନୂତନ ମନ୍ତ୍ରି ମଣ୍ଡଳୀଙ୍କୁ ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟର ସଚେତନତା କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଅରୁଣ ପ୍ରଧାନ, ଲକ୍ଷ୍ମୀ ନାରାୟଣ ବେହେରା ଓ ଘନଶ୍ୟାମ ସେଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories