www.samajalive.in
Monday, December 8, 2025
24.1 C
Bhubaneswar

ଚଳନ୍ତା ବସରେ ଲାଗିଲା ନିଆଁ, ୩୦ ମୃତ

ଡେସ୍କ: ପଡୋଶୀ ପାକିସ୍ତାନରୁ ଏକ ଦୁଖଦଃ ସମ୍ବାଦ ଆସିଛି। ଏକ ଚଳନ୍ତା ବସରେ ନିଆଁ ଲାଗି ଯିବା ଫଳରେ ଅନ୍ୟୁନ ୩୦ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଜିଓ ନିୟୁଜ ସୂଚନା ଅନୁଯାୟୀ, ପାକିସ୍ତାନ ପଞ୍ଜାବର ପିଣ୍ଡି ଭଟିୟା ସହରରେ ଫୈସଲାଵାଦ ରାସ୍ତାରେ ଆଜି ପାହାନ୍ତା ପ୍ରହରରେ ଏକ ଚଳନ୍ତା ବସରେ ନିଆଁ ଲାଗି ଯାଇଥିଲା। ବସଟି କରାଚୀରୁ ଇସ୍ଲାମାବାଦ ଯାଉଥିଲା।

ବସରେ ୪୦ ଜଣ ଯାତ୍ରୀ ଓ ୪ ଜଣ ବସ କର୍ମଚାରୀ ରହିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ବସଟି ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଡିଜେଲ ବୋଝେଇ ପିକଅପ ଭ୍ୟାନ ସହ ଧକ୍କା ଖାଇଥିଲା। ଡିଜେଲ ବସ ଉପରେ ପଡିଯିବାରୁ ନିଆଁ ଲାଗି ଯାଇଥିଲା। ପାହାନ୍ତା ସମୟ ହୋଇଥିବାରୁ ଯାତ୍ରୀମାନେ ଶୋଇ ଥିବାରୁ ହଠାତ ବାହାରକୁ ବାହାରିବା ସମ୍ଭବ ହୋଇ ନ ଥିଲା।

- Advertisement -

ସୂଚନା ଅନୁଯାୟୀ, ଉଭୟ ଗାଡିର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକମାନେ ବସର ଝରକା ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories