ଦେଓଗାଁ: ଜଙ୍ଗଲକୁ ଶାଳ କାଠି ଭାଙ୍ଗି ଯାଇଥିବା ଜଣେ ବୃଦ୍ଧାକୁ ହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବଲାଙ୍ଗୀର ବନାଞ୍ଚଳ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନର ଉପରଝର-ଆଠ ଗାଁ ରାସ୍ତା ଉପରେ ଥିବା ପେଟେନ ଦୁହୁଲା ଜଙ୍ଗଲକୁ ଆଠଗାଁର ଜଣେ ମହିଳା ରେଙ୍ଗାଲ ପତ୍ର ଓ ଦାନ୍ତ ଘଷିବା କାଠି ବାଙ୍ଗିବାକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନ ଥିଲେ। ପରିବାର ଲୋକଙ୍କ ସହ ଗାଁ ଲୋକ ମାନେ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ। ଆଜି ସକାଳୁ ଜଙ୍ଗଲ ଭିତରେ ଜଣେ ମହିଳାଙ୍କ ଶବ ପଡ଼ିଥିବାରୁ ଆଠ ଗାଁର ନିଖୋଜ ମହିଳାଙ୍କର ବୋଲି ଚିହ୍ନଟ ହୋଇଛି। ମହିଳାଙ୍କୁ ହାତୀ କଚାଡି ଦଳି ଦେଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
Popular Categories



