www.samajalive.in
Friday, December 12, 2025
27.1 C
Bhubaneswar

କ୍ୟାପିଟାଲ ହସପିଟାଲ ଡେଙ୍ଗୁ ୱାର୍ଡ ଶଯ୍ୟା‌ ସଂଖ୍ୟା ବୃଦ୍ଧି

ଡେସ୍କ :  ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍‌‌ପିଟାଲ ଡେଙ୍ଗୁ ୱାର୍ଡରେ ଶଯ୍ୟା‌ ସଂଖ୍ୟା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ସମୀକ୍ଷା କରିବାପରେ ଶଯ୍ୟା‌ ସଂଖ୍ୟା ୫୦ରୁ ୭୦କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଚଳିତ ବର୍ଷ ରାଜ୍ୟରେ ଏ ପର୍ଯ୍ୟନ୍ତ ୨ ହଜାର ୨୯୪ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଥିବାବେଳେ କେବଳ ଖୋର୍ଦ୍ଧାରେ ଏହାର ସଂଖ୍ୟା ଅର୍ଦ୍ଧାଧିକ ବୋଲି ସୂଚନା ମିଳିଛି । ଗତବର୍ଷ ତୁଳନାରେ ପରୀକ୍ଷା ଦ୍ୱିଗୁଣିତ କରାଯାଇଥିବାରୁ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକ ଚିହ୍ନଟ ହେଉଛି, ତେବେ ଏହା ଅସ୍ୱାଭାବିକ ବୃଦ୍ଧି ନୁହେଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର କହିଛନ୍ତି। ସୂଚନାଯୋଗ୍ୟ, କ୍ୟାପିଟାଲ ହସ୍‌‌ପିଟାଲରେ ଏବେ ୫୨ ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories