www.samajalive.in
Monday, December 8, 2025
24.1 C
Bhubaneswar

କଳାକାର ଭବନ ନିର୍ମାଣ ପାଇଁ କଳାକାରଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ସ୍ଥାନୀୟ କଳାକାର ମାନେ କାର୍ୟ୍ୟାଳୟକୁ ଯାଇ କଳାକାର ଭବନ ନିର୍ମାଣ ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନିଲ୍ ଖରାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁସାରେ ଦୀର୍ଘ ଦିନ ଧରି କଳାକାର ମାନେ ଆଞ୍ଚଳିକ ଭାଷା କଳା ସଂସ୍କୃତିଙ୍କୁ ନେଇ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରି ଆସୁଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ କଳାକାର ମାନଙ୍କର ବିକାଶ ଓ ଲୋକକଳାର ପୁନଃରୁଦ୍ଧାର ପାଇଁ ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ନଗର ଠାରେ କଳା ସଂସ୍କୃତି ସଂଘ ଗଠନ କରାଯାଇଛି । ଏହା ସଠିକ୍ ଭାବେ କାର୍ୟ୍ୟକାରୀ ହୋଇ ପାରୁନାହିଁ ଓଡ଼ିଶା ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୧/୯/୨୧ ତାରିଖରେ ପତ୍ର ସଂଖ୍ୟା ୫୯୫୩ରେ ଉଲ୍ଲେଖ ରହିଛି, ସମସ୍ତ ଜିଲ୍ଲା ଓ ବ୍ଲକ କାର୍ୟ୍ୟାଳୟରେ ଉପସଭାପତିଙ୍କୁ ସ୍ଵତ୍ଵନ୍ତ୍ର କାର୍ୟ୍ୟାଳୟର ବ୍ୟବସ୍ଥା ସହ ଗସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଉ । ଜେଡ଼ କେଏସ ଏସ, ବିକେଏସଏସ, ଏନ କେ ଏସ ଏସ ପାଣ୍ଠିର ସକ୍ରିୟ କରାଯାଇ ଆଇ ଇ ଏସ ପାଣ୍ଠି ମାଧ୍ୟମରେ ଜନ ସଚେତନ କାର୍ୟ୍ୟକ୍ରମ କରାଯାଉ । ଏହା ସଠିକ୍ ଭାବେ ଏଯାଏଁ କାର୍ୟ୍ୟକାରୀ ହୋଇ ପାରିନାହିଁ । କଳା ସମ୍ପର୍କିତ ବୈଠକ ଓ ଦୂର ଦୁରାନ୍ତରୁ ଅନେକ କଳାକାର ଆସି ବ୍ଲକ୍ ଓ ଜିଲ୍ଲା ସ୍ତରରେ କଳା ପ୍ରଦର୍ଶନ କରିବା ପାଇଁ ଆସିବା ବେଳେ ଅଭ୍ୟାସ କରିବା, ମେକ୍ଅପ୍ ହେବା କିମ୍ବା ମହିଳା ମାନଙ୍କୁ ଡ୍ରେସ୍ ପିନ୍ଧାପିନ୍ଧୀ ଏମିତି କି ଶୌଚ ହେବା ପାଇଁ ନାନା ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ କଳାକାର ପାଇଁ ସ୍ୱତ୍ୱନ୍ତ୍ର କଳାକାର ଭବନ ନିର୍ମାଣ କରାଗଲେ ସମସ୍ତ କଳାକାର ଏଥିପାଇଁ ଉପକୃତ ହେବେ ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ କଳାକାର ମାନଙ୍କ ମଧ୍ୟରୁ ସୁରେଶ ବିଡ଼ିକା ଶ୍ୟାମଧର କୁଲିସିକା , ଚିତ୍ରୁ ହିକକା, ଆର୍ଜୁ ପ୍ରାସ୍କା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories