୫୦ କୋଟି ଟପିଲା ଜନଧନ ଖାତା, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶରେ ୫୦ କୋଟି ଟପିଲା ଜନଧନ ଖାତା ସଂଖ୍ୟା । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଧାରୁ ଅଧିକ ଜନଧନ ଖାତା ଦେଶର ନାରୀ ଶକ୍ତିଙ୍କ ନାଁରେ ରହିଥିବାରୁ ଯୋଗୁଁ ବହୁତ ଖୁସି ଲାଗୁଛି ।
ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ମହିଳାମାନେ ଶତକଡ଼ା ୫୬ ଭାଗ ଜମାଖାତା ଖୋଲିଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଗ୍ରାମାଞ୍ଚଳ ଓ ଛୋଟଛୋଟ ସହରରେ ଶତକଡ଼ା ୬୭ ଭାଗ ଜମାଖାତା ଖୋଲାଯାଇଥିବାରୁ ଆର୍ଥିକ ସହାୟତା ଦେଶର ପ୍ରତି କୋଣ ଅନୁକୋଣରେ ପହଞ୍ଚିବ ବୋଲି ସରକାର ଦୃଢ଼ ନିଶ୍ଚିତ ହୋଇଛନ୍ତି ।
Comments are closed.