ଭୁବନେଶ୍ବର: ଆଜି ଗଣେଶ ପୂଜା ପାଇଁ କମିଶନରେଟ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକ ପ୍ରତିନିଧି, ପୂଜା କମିଟି ଓ କ୍ଲବ କର୍ମକର୍ତ୍ତାଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାର ବିମର୍ଶ ହେବ। ପରବର୍ତ୍ତି ୩ ରବିବାର ଭସାଣ କରିପାରିବେ ପୂଜା କମିଟି। ସେପ୍ଟେମ୍ବର ୨୪, ଅକ୍ଟୋବର ୧ ଓ ୮ରେ ଭସାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଗଣେଶ ମୂର୍ତ୍ତିକୁ ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜୋରଜବରଦସ୍ତ ଚାନ୍ଦା ଆଦାୟ ଉପରେ ଜିରୋ ଟଲରେନ୍ସ ଆପଣେଇବାକୁ ନିର୍ଦେଶ ଜାରି ହୋଇଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରକାଶ କରିଛନ୍ତି।
Popular Categories



