www.samajalive.in
Thursday, December 11, 2025
16.1 C
Bhubaneswar

୯ଦଫା ଦାବିକୁ ନେଇ କଂଗ୍ରେସ ତରଫରୁ ତୁରେକେଲା ବ୍ଲକ ଘେରାଉ

କଣ୍ଟାବାଞ୍ଜି: ରାଜ୍ୟରେ ବ୍ଲକମାନଙ୍କରେ ବ୍ୟାପକ ପିସି କାରବାର ବନ୍ଦ କରିବା ସହ ୯ ଦଫା ଦାବିକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରାଜ୍ୟର ୩୧୪ଟି ବ୍ଲକ ଘେରାଉ ଡାକରା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ତୁରେକେଲା ବ୍ଲକ କଂଗ୍ରେସ ସଭାପତି ବାଳକୃଷ୍ଣ ସେଲମାଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ନେତା ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ୧୯ଗୋଟି ପଂଚାୟତରୁ ଆସିଥିବା ଶତାଧିକ କଂଗ୍ରେସ କର୍ମୀ ଥାନା ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ପିକେଟିଂ କରିଥିଲେ। ପରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୯ ଦଫା ଦାବିପତ୍ର ବିଡିଓ ଦେବାଶିଷ ସାମଲଙ୍କୁ ପ୍ରଦାନ କରିଥିଲେ। ପ୍ରମୁଖ ଦାବିରେ ବିଜେଡି ସରକାରରେ ବ୍ଲକମାନଙ୍କରେ ୧୫%ରୁ ୫୦ପର୍ଯ୍ୟନ୍ତ ପିସି କାରବାର ତୁରନ୍ତ ବନ୍ଦ କରିବା ସହ, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାର ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟାକମ୍ପାନୀ ଖାଉଟି ବିରୋଧୀ ବିଜୁଳି ନୀତି ସହ ୯ ଦଫା ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ ସହ ବ୍ଲକ ଘେରାଉ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, କୁନା ଖାଁ, କୁଲଦୀପ ବେହେରା, ସୁଦାମ ବେହେରା, ଲଳିତ ଭଏଁଶାଲ ପ୍ରମୋଦ ମହାପାତ୍ର, କାର୍ତିକ ପୁଟେଲ ସହ ଶତାଧିକ କଂଗ୍ରେସ କର୍ମୀ, ମହିଳାମାନେ ଶୋଭାଯାତ୍ରା ପିକେଟିଂରେ ସାମିଲ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories