www.samajalive.in
Friday, December 12, 2025
15.1 C
Bhubaneswar

ସୋଆ ଛାତ୍ରୀମାନଙ୍କ ଦ୍ବାରା ଆଜୋଲା ଏବଂ ଜୀବାମୃତ ପ୍ରଶିକ୍ଷଣ, ଲାଭବାନ ହେବେ ଶିଙ୍ଗିରି ଶାସନ ଚାଷୀ

ବାଲିଅନ୍ତା : ବାଲିଅନ୍ତା ବ୍ଲକ୍ ଓ ପୁରୋହିତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିଙ୍ଗିରି ଶାସନ ଗ୍ରାମରେ ସୋଆ ବିଶ୍ବ ବିଦ୍ୟାଳୟ ପରିଚାଳିତ ଫାକଲ୍ଟି ଅଫ ଏଗ୍ରିକଲ୍ଚରାଲ ସାଇନ୍ସ ତଥା କୃଷି ମହାବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ଛାତ୍ରୀମାନଙ୍କ ସଂଯୋଜନାରେ ଚାଷୀ ମାନଙ୍କୁ ଲାଭବାନ କରାଇବା ପାଇଁ ଜୈବିକ ସାର ଆଜୋଲା ଏବଂ ତରଳ ସାର ଓ କୀଟନାଶକ ଜିବାମୃତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଏକ ଦିବାସୀୟ ପ୍ରଶିକ୍ଷଣରେ ସୋଆର ଗ୍ରାମ ସଂଯୋଗିକରଣ କାର୍ଯ୍ୟକ୍ରମର ଗୋଟିଏ ଅଂଶ ଭାବରେ ଗ୍ରହଣ କରାଯାଉଛି। ସୋଆ ଉଦ୍ୟାନ ବିଭାଗର ସହକାରୀ ପ୍ରଫେସର ପ୍ରୀତିଲଗ୍ନା ଧଳଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଗ୍ରାମର ଜଣେ ସଫଳ କୃଷକ ଲକ୍ଷ୍ମୀଧର ନାୟକ ଆଜୋଲା ଏବଂ ଜୀବାମୃତ ର ଉପକାରିତା ବିଷୟରେ ଆଲୋକପାତ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗ୍ରାମର ୫୫ରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଛାତ୍ରୀମାନେ ଆଯୋଲା ଏବଂ ଜୀବାମୃତ ବ୍ୟବହାର ଓ ଉପକାରିତା ବୁଝେଇବା ସହିତ ଏହାର ପ୍ରସ୍ତୁତି ମଧ୍ୟ ଚାଷୀ ଭାଇ ଭଉଣୀ ମାନଙ୍କୁ ସରଳ ଭାଷାରେ ବୁଝାଇ ଥିଲେ । ସୂଚନା ଯୋଗ୍ୟ ଯେ ଶିଙ୍ଗିରି ଶାସନ ଗ୍ରାମ କୁ ଗତ କିଛି ଦିନ ଧରି ସୋଆ କୃଷି ମହାବିଦ୍ୟାଳୟ ର କୋଡିଏ ଜଣ ଛାତ୍ରୀ ପ୍ରତିନିଧି ଦଳ ପ୍ରଦର୍ଶନ କରି ବିଭିନ୍ନ କୃଷି ଭିତ୍ତିକ ତଥ୍ୟ ସଂଗ୍ରହ କରୁଛନ୍ତି । ଆଗାମୀ ଦିନରେ ଅନ୍ୟ ଏକ କୃଷି ଭିତ୍ତିକ ବିଶେଷ ପ୍ରସିକ୍ଷତା ସହ ସଚେତନତା କାର୍ଯ୍ୟକର୍ମ କରିବାର ଯୋଜନା ରହିଛି । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସୋଆ କୃଷି ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର୍ ସନ୍ତୋଷ କୁମାର ରାଉତ ଓ ଗ୍ରାମ ସଂଯୋଗୀ କରଣ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଅଂଶୁମାନ ଜେନା ଗ୍ରାମବାସୀ ତଥା ଅଂଶଗ୍ରହକାରୀ ମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories