ଏହି ପୋଷାକ ପିନ୍ଧି ଉଡୁଛନ୍ତି ଭାରତୀୟ ଜବାନ- ଜେଟ୍ପ୍ୟାକ୍ ସୁଟ୍ର ସଫଳ ପରୀକ୍ଷଣ
ଆଗ୍ରା- ଭାରତୀୟ ଜବାନଙ୍କ ପାଇଁ ଏକକ ସ୍ୱତନ୍ତ୍ର ଧରଣର ପୋଷାକ ବିକଶିତ କରାଯାଇଛି । ଏହି ପୋଷାକ ପିନ୍ଧି ସେମାନେ ଉଡିପାରିବେ । ଅନ୍ତର୍ଜାତୀୟ ସୀମା ତଥା ସେନାର ବିଭିନ୍ନ କାର୍ଯ୍ୟରେ ଏହି ସୁଟ୍କୁ ବ୍ୟବହାର କରାଯାଇ ପାରିବ । ଅଗଷ୍ଟ ୧୬ ତାରିଖରେ ଏହି ଜେଟ୍ ପ୍ୟାକ ସୁଟ୍ର ପରୀକ୍ଷଣ କରାଯାଇଛି । ଆଗ୍ରାରେ ଥିବା ଆର୍ମି ଏୟାରବୋର୍ଣ୍ଣ ଟ୍ରେନିଂ ସ୍କୁଲ୍ରେ ଏହାର ପରୀକ୍ଷଣ କରାଯାଇଛି ।
ଏକ୍ସ ପୂର୍ବରୁ ଟ୍ୱିଟରରେ ଏହାର ଭିଡିଓ ସେୟାର କରାଯାଇଛି । ଏଥିରେ ଜଣେ ଜବାନ୍ ଜେଟ୍ ପ୍ୟାକ୍ ସୁଟ୍ ପିନ୍ଧି ଉଡିପାରୁଥିବା ଦେଖିବା ପାଇଁ ମିଳିଛି । ପାରା ସ୍ପେଶିଆଲ୍ ଫୋର୍ସେସ୍ର ଜଣେ ଜବାନ୍ ଏହାକୁ ପିନ୍ଧିଛନ୍ତି ।
New jetpack suit is being tested by Para SF at Army Airborne Training School, Agra pic.twitter.com/R6mlDHUvdM
— Indian Aerospace Defence News – IADN (@NewsIADN) August 16, 2023
ଏହି ସୁଟ୍କୁ ପିନ୍ଧିବା ପରେ କିପରି ଯୁଦ୍ଧାସ୍ତ୍ର ବହନ କରିପାରିବେ ଏବଂ ଯୁଦ୍ଧକ୍ଷେତ୍ରରେ ଲଢିପାରିବେ ତାହାର ପରୀକ୍ଷଣ କରାଯାଉଛି । ରିକାର୍ଡ ବ୍ରାଉନିଂ ଏହାର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ସେ ଗ୍ରାଭିଟି ଇଣ୍ଡଷ୍ଟ୍ରିର ପ୍ରତିଷ୍ଠାତା ।
ସୀମା ସହ ବିଭିନ୍ନ ପାର୍ବ୍ୟତାଞ୍ଚଳରେ ସେନାର ଜବାନ୍ଙ୍କୁ ଏହା ବେଶ୍ ସହାୟକ ହେବ ।
Comments are closed.