nua o banner

ରିଲିଜ୍‌ ହେଲା ‘ଟାଇଗର ନାଗେଶ୍ବର ରାଓ’ ଟିଜର୍‌: ଭୟଙ୍କର ଅବତାରରେ ରବି ତେଜା

BJD Bijuli 480×75 Mob

ମୁମ୍ବଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ରବି ତେଜା ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଟାଇଗର ନାଗେଶ୍ବର ରାଓ’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମ ମାଧ୍ୟମରେ ଅଭିନେତା ସର୍ବଭାରତୀୟ ସ୍ତରରେ ନିଜ ଅଭିନୟର ଯାଦୁ ଦେଖାଇବେ। ନିକଟରେ ଫିଲ୍ମରୁ ରବି ତେଜାଙ୍କ ପ୍ରଥମ ଲୁକ୍‌ ରିଲିଜ୍‌ ହୋଇଥିଲା, ଯାହାପରେ ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଦୁଇଗୁଣିତ ହୋଇଥିଲା। ସେହି ଉତ୍ସାହକୁ ଏବେ ଆହୁରି ବଢାଇବା ପାଇଁ ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ୍‌ କରିଛନ୍ତି, ଯେଉଁଥିରେ ରବିଙ୍କ ଭୟଙ୍କର ଅବତାର ଦେଖିବାକୁ ମିଳିଛି।

‘ଟାଇଗର ନାଗେଶ୍ବର ରାଓ’ର ଟିଜର ରିଲିଜ୍‌ ହେଉ ହେଉ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି। ଏହା ରବି ତେଜାଙ୍କ ପ୍ରଥମ ପାନ୍‌ ଇଣ୍ଡିଆ ଚଳଚ୍ଚିତ୍ର। ଟିଜରରେ ରବିଙ୍କ ରହସ୍ୟମୟ ଚୋର ଭୂମିକାର ଝଲକ୍‌ ଦେଖିବାକୁ ମିଳିଛି। ଏଥିସହ ଅନୁପମ ଖେରଙ୍କୁ ଆଇବି ଅଧିକାରୀ ଭୂମିକାରେ ଏବଂ ମୂରଲୀ ଶର୍ମାଙ୍କୁ ଡିଏସ୍‌ପି ଭୂମିକାରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ରବି ତେଜା, ଅନୁପମ ଖେର ଏବଂ ମୂରଲୀ ଶର୍ମାଙ୍କ ବ୍ୟତୀତ ନୁପୁର ସେନନ ଏବଂ ଗାୟତ୍ରୀ ଭରଦ୍ୱାଜ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଚଳିତ ବର୍ଷ ଅକ୍ଟୋବର ୨୦ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।

Comments are closed.