www.samajalive.in
Thursday, December 11, 2025
15.1 C
Bhubaneswar

ମେଟ୍ରୋ ରେଳ ଯୋଡ଼ିବ ଭୁବନେଶ୍ୱର-କଟକ: ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ, ୨୬ କିମିରେ ୨୦ ଷ୍ଟେସନ

ଡେସ୍କ: ଭୁବନେଶ୍ୱରରେ ଗଡିବ ମେଟ୍ରୋ ରେଳ। ଏଥିପାଇଁ ଚଳିତ ମାସ ୩ରେ ରାଜ୍ୟ ସରକାର ମୁଖ୍ୟ ପରିଚାଳନା ଅଧିକାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆଜି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ମୁଖ୍ୟ ଶାସନ ସଚିବଙ୍କୁ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ (DPR) ପ୍ରଦାନ କରିଛି। ଏହି ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଠାରୁ ତ୍ରିସୁଳିଆ ପର୍ଯ୍ୟନ୍ତ ଗଡିବ। ଦ୍ଵିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା, ପୁରୀ ସହ ଭୁବନେଶ୍ବର ଓ କଟକର ଅନ୍ୟ ଅଞ୍ଚଳକୁ ମେଟ୍ରୋ ରେଳ ସଂଯୋଗ କରିବ।

ସୂଚନା ଅନୁଯାୟୀ, ମେଟ୍ରୋ ଟ୍ରେନ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ଭୁବନେଶ୍ୱରରେ ଟ୍ରାଫିକ ସର୍ଭେ, ଜିଓ ଟେକନିକାଲ ଇନଭେଷ୍ଟିଗେସନ, ଟୋପୋଗ୍ରାଫିକ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆକଳନ ପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

- Advertisement -

ପ୍ରସ୍ତୁତ ହୋଇଥିବା ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରା ରେଳ ୨୬ କିଲୋମିଟର ଗଡ଼ିବ। ଏଥିରେ ୨୦ଟି ଷ୍ଟେସନ ରହିବ। ସେହି ସ୍ଥାନଗୁଡିକ ହେଉଛି –
ଷ୍ଟେସନ-୧: ଏୟାରପୋର୍ଟ
ଷ୍ଟେସନ-୨: କ୍ୟାପିଟାଲ ହସ୍ପିଟାଲ
ଷ୍ଟେସନ-୩: ଶିଶୁ ଭବନ
ଷ୍ଟେସନ-୪: ବାପୁଜୀ ନଗର ରେଳଷ୍ଟେସନ
ଷ୍ଟେସନ-୫: ଭୁବନେଶ୍ୱର ଷ୍ଟେସନ
ଷ୍ଟେସନ-୬: ରାମମନ୍ଦିର
ଷ୍ଟେସନ-୭: ବାଣୀବିହାର
ଷ୍ଟେସନ-୮: ଆଚାର୍ଯ୍ୟ ବିହାର ଷ୍ଟେସନ
ଷ୍ଟେସନ-୯: ଜୟଦେବ ବିହାର
ଷ୍ଟେସନ-୧୦: ଜାଭିୟର ଛକ
ଷ୍ଟେସନ-୧୧: ରେଳ ସଦନ
ଷ୍ଟେସନ-୧୨: ଡିଷ୍ଟ୍ରିକ ସେଣ୍ଟର ଷ୍ଟେସନ
ଷ୍ଟେସନ-୧୩: ଡମଣା
ଷ୍ଟେସନ-୧୪: ପଟିଆ
ଷ୍ଟେସନ-୧୫: କିଟ ଛକ
ଷ୍ଟେସନ-୧୬: ନନ୍ଦନ ବିହାର
ଷ୍ଟେସନ-୧୭: ରଘୁନାଥପୁର ଷ୍ଟେସନ
ଷ୍ଟେସନ-୧୮: ନନ୍ଦନକାନନ
ଷ୍ଟେସନ-୧୯: ଫୁଲପୋଖରୀ
ଷ୍ଟେସନ-୨୦: ତ୍ରିସୁଳିଆ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories