www.samajalive.in
Monday, December 8, 2025
27.1 C
Bhubaneswar

ପୁରାତନ ମ୍ୟାଜିକ ଦର୍ପଣ ବିକ୍ରି ନାଁରେ ଠକେଇ, ପଶ୍ଚିମବଙ୍ଗର ୩ ଗିରଫ

ଡେସ୍କ: ମ୍ୟାଜିକ ଦର୍ପଣ ବିକ୍ରି ନାଁରେ ଠକେଇ କରୁଥିବା ଏକ ରାକେଟର ୩ ଜଣଙ୍କୁ ଆଜି ଭୁବନେଶ୍ୱର ନୟାପଲ୍ଲୀ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ କାନପୁରର ଅବନୀଶ ଶୁକ୍ଲାଙ୍କୁ ୯ ଲକ୍ଷ ଟଙ୍କା ଠକିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଏହି ପ୍ରାଚୀନ ମ୍ୟାଜିକ୍ ଦର୍ପଣ ସାମ୍ନାରେ ଛିଡା ହେଲେ ଜଣେ ବ୍ୟକ୍ତିଙ୍କ ଉଲଗ୍ଣ ଛବି ଦେଖାଯିବ ଏବଂ ଆହୁରି ନିକଟତର ହେଲେ ସେହି ବ୍ୟକ୍ତିଙ୍କ କଙ୍କାଳ ଦେଖାଯିବ। ତେବେ ସେହି ମ୍ୟାଜିକ ଦର୍ପଣର ଅତି ପାଖକୁ ଗଲେ କିଛି ଦେଖାଯିବ ନାହିଁ।

ସୂଚନା ଅନୁଯାୟୀ, ଏହି ଠକେଇରେ ସାମିଲ ଥିବା ବିକ୍ରେତା, କ୍ରେତା ଏବଂ ମ୍ୟାଜିକ୍ ଦର୍ପଣର ପରୀକ୍ଷକ ଗୋଟିଏ ଗ୍ୟାଙ୍ଗରୁ ଆସିଛନ୍ତି ଏବଂ ସେମାନେ ସାଧାରଣ ଜନତାଙ୍କୁ ପ୍ରଲୋଭିତ କରି ପୁରାତନ ମ୍ୟାଜିକ୍ ଦର୍ପଣ କ୍ରୟ କଲେ କୋଟି କୋଟି ଟଙ୍କା ଲାଭ ହେବ ବୋଲି କହୁଥିଲେ।

- Advertisement -

ଏହି ଘଟଣାରେ ନୟାପଲ୍ଲି ଥାନାରେ ରୁଜ୍ଜୁ ମାମଲାରେ ଆଜି ପୁଲିସ ଭୁବନେଶ୍ୱରର ଏକ ତାରକା ହୋଟେଲରେ ରହୁଥିବା ୩ ଜଣଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗର ପାର୍ଥ ସିଂଘରେ (୪୬), ମଳୟ ସରକାର (୩୨) ଓ ସୁଦୀପ୍ତ ସିହ୍ନା ରାୟ (38)କୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ଏକ ମାରୁତି ସୁଜୁକି କାର, ୨୮ ହଜାର ଟଙ୍କା, ମ୍ୟାଜିକ୍ ଦର୍ପଣର ଭିଡିଓ ଥିବା ୫ଟି ମୋବାଇଲ୍ ଫୋନ ଓ ଏଗ୍ରିମେଣ୍ଟ କାଗଜପତ୍ର ଜବତ କରିବା ସହ ଜାଲିଆତି କାରବାର ଟଙ୍କା ଥିବା ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories