www.samajalive.in
Friday, December 12, 2025
23.1 C
Bhubaneswar

ଅଷ୍ଟ୍ରେଲିଆକୁ ହରାଇ ଗ୍ରୁପ୍‍ ଶୀର୍ଷରେ ଭାରତ

ପ୍ରଭିଡେନ୍‍ସ : ଚଳିତ ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ରେ ତା’ର ୪ଟିଯାକ ଲିଗ୍‍ ମ୍ୟାଚ୍‍ ଜିତିପାରିଛି ଭାରତ। ପୂର୍ବରୁ ସେମିଫାଇନାଲରେ ପହଞ୍ଚି ସାରିଥିବା ଭାରତ ଶନିବାର ଗ୍ରୁପ୍‍ ‘ବି’ର ୪ର୍ଥ ମ୍ୟାଚ୍‍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪୮ ରନ୍‍ରେ ପରାସ୍ତକରି ଗ୍ରୁପ୍‍ ଶୀର୍ଷରେ ପହଞ୍ଚିଛି। ଓପ୍‍ନର ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଏହି ସହଜ ବିଜୟ ହାସଲ କରିଛି। ମାନ୍ଧାନାଙ୍କ ଦ୍ରୁତ ୮୩ ରନ୍‍ କରିବାରୁ ଭାରତ ପ୍ରଥମେ ବ୍ୟାଟିଂକରି ୮ ୱିକେଟରେ ୧୬୭ ରନ୍‍ କରିଥିଲା। ପରେ ଭାରତୀୟ ସ୍ପିନର ଚମତ୍କାର ପ୍ରଦର୍ଶନ କରିବାରୁ ଅଷ୍ଟ୍ରେଲିଆ ୨ଟି ବଲ୍‍ ବାକିଥାଇ ୧୧୯ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ୱେଷ୍ଟଇଣ୍ଡିଜ୍‍ କିମ୍ବା ଇଂଲଣ୍ଡ ବିପକ୍ଷରେ ଭାରତ ସେମିଫାଇନାଲ ଖେଳିବ।
ଟସ୍‍ ଜିତି ଭାରତ ବ୍ୟାଟିଂ ନେଇଥିଲା। ମିତାଲି ରାଜ୍‍ ବିଶ୍ରାମ ନେଇଥିବା ବେଳେ ଓପ୍‍ନର ତାନିୟା ଭାଟିଆ ୨ ଓ ଜେମିମା ରଡ୍ରିଗ୍ୱେଜ୍‍ ୬ ରନ୍‍କରି ବିଦାୟ ନେଇଥିଲେ। ତେବେ ସ୍ମୃତି ମାନ୍ଧାନା ଓ ଅଧିନାୟିକା ହରମନପ୍ରୀତ କୌର ୩ୟ ୱିକେଟ ପାଇଁ ଦ୍ରୁତ ୬୮ ରନ୍‍ ଯୋଗକରି ଦଳର ସ୍ଥିତି ମଜ୍‍ଭୁତ କରିଥିଲେ। ହରମନପ୍ରୀତ ଆକ୍ରମଣାତ୍ମକ ଇନିଂସ ଖେଳି ୨୭ ବଲ୍‍ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୩ ରନ୍‍ କରିଥିଲେ। ପରେ ଭାରତ ୫୦ ରନ୍‍ ମଧ୍ୟରେ ଜଲ୍‍ଦି ୫ଟି ୱିକେଟ ହରାଇଥିଲା। ବାମହାତି ସ୍ମୃତି ମାନ୍ଧାନା ୫୫ ବଲ୍‍ରୁ ୩ଟି ଛକା ଓ ୯ଟି ଚୌକା ସହ ୮୩ ରନ୍‍ କରିଥିଲେ। ଅଷ୍ଟ୍ରେଲିଆର ଆସ୍‍ଲେ ଗାର୍ଡନର ଓ ଡେଲିସା କିମିନ୍‍ସ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୧୬୮ ରନ୍‍ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ନିୟମିତ ୱିକେଟ ହରାଇଥିଲା। ଏଲିଜ୍‍ ପେରି ଅପରାଜିତ ୩୯, ଆସ୍‍ଲେ ଗାର୍ଡନର ୨୦ ଓ ବେଥ୍‍ ମୁନି ୧୯ ରନ୍‍ କରିଥିଲେ। ଅନୁଜା ପାଟିଲ ୩ଟି ଏବଂ ଦୀପ୍ତି ଶର୍ମା, ରାଧା ଯାଦବ ଓ ପୁନମ୍‍ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସ୍ମୃତି ମାନ୍ଧାନା ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories