www.samajalive.in
Friday, December 12, 2025
27.1 C
Bhubaneswar

ବିଶ୍ୱ ମହିଳା ବକ୍ସିଂ ଚମ୍ପିଆନ୍‍ସିପ : ମ୍ୟାରି କମ୍‍ଙ୍କ ସହ ୪ ଭାରତୀୟ କ୍ୱାର୍ଟରରେ

ନୂଆଦିଲ୍ଲୀ : ଏଠାରେ ଚାଲିଥିବା ବିଶ୍ୱ ମହିଳା ମୁଷ୍ଟିଯୁଦ୍ଧ (ବକ୍ସିଂ) ଚମ୍ପିଆନ୍‍ସିପ୍‍ରେ ଆୟୋଜକ ଭାରତର ପ୍ରତିଯୋଗୀଙ୍କ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି। ରବିବାର ଏହି ବିଶ୍ୱ ଚମ୍ପିଆନ୍‍ସିପ୍‍ର ୪ର୍ଥ ଦିନରେ ୪ ଜଣ ଭାରତୀୟ କ୍ୱାର୍ଟରଫାଇନାଲରେ ସ୍ଥାନ ନିଶ୍ଚିତ କରିଛି। ଆଉ ଗୋଟିଏ ଲଢ଼େଇ ଜିତିବା ପରେ ସେମାନେ ଦେଶ ପାଇଁ ପଦକ ଜିତିପାରିବେ। ତେବେ ୬୦ କେଜି ବିଭାଗରେ ଅଭିଜ୍ଞ ଭାରତୀୟ ମୁଷ୍ଟିଯୋଦ୍ଧା ଏଲ୍‍. ସରିତା ଦେବୀ ପରାସ୍ତ ହୋଇ ଯାଇଛନ୍ତି।
ରାଜଧାନୀର କେ.ଡି. ଯାଦବ ଷ୍ଟାଡିୟମ୍‍ରେ ଚାଲିଥିବା ଏହି ବିଶ୍ୱ ମହିଳା ବକ୍ସିଂ ଚମ୍ପିଆନ୍‍ସିପ୍‍ରେ ରବିବାର ସମସ୍ତଙ୍କ ନଜର ରହିଥିଲା ୫ ଥର ବିଶ୍ୱ ଚମ୍ପିଆନ୍‍ ଏମ୍‍.ସି. ମ୍ୟାରି କମ୍‍ଙ୍କ ଉପରେ। ଅଲିମ୍ପିକ୍‍ସ ପଦକ ବିଜୟିନୀ ମ୍ୟାରି କମ୍‍ଙ୍କୁ କ୍ୱାର୍ଟରଫାଇନାଲରେ ପହଞ୍ଚିବା ଲାଗି ବେଶ୍‍ ଝାଳ ବୁହାଇବାକୁ ପଡ଼ିନଥିଲା। ୪୮ କେଜି ବର୍ଗରେ ମ୍ୟାରି କମ୍‍ କାଜାଖ୍‍ସ୍ତାନର ଆଇଜେରିମ୍‍ କାସିନାୟିଭାଙ୍କୁ ୫-୦ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି। ମଣିପୁରର ମ୍ୟାରି କମ୍‍ ହେଉଛନ୍ତି ଭାରତର ଶ୍ରେଷ୍ଠ ସ୍ୱର୍ଣ୍ଣପଦକ ଆଶା। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ମ୍ୟାରି କମ୍‍ କ୍ୱାର୍ଟରଫାଇନାଲରେ ଚୀନ୍‍ର ୱୁ ୟୁଙ୍କ ମୁକାବିଲା କରିବେ। ମ୍ୟାରିଙ୍କ ପୂର୍ବରୁ ଅନ୍ୟ ଜଣେ ଭାରତୀୟ ମନୀଷା ମୌନ୍‍ ବିଶ୍ୱ ଚମ୍ପିଆନ୍‍ଙ୍କୁ ହରାଇ କ୍ୱାର୍ଟରଫାଇନାଲ ସ୍ଥାନ ନିଶ୍ଚିତ କରିଥିଲେ। ପ୍ରଥମଥର ବିଶ୍ୱ ଚମ୍ପିଆନ୍‍ସିପ ଖେଳୁଥିବା ୨୦ ବର୍ଷ ବୟସ୍କା ମନୀଷା ରବିବାର ୫୪ କେଜି ବର୍ଗର ୨ୟ ରାଉଣ୍ଡ ମୁକାବିଲାରେ ପୂର୍ବତନ ବିଶ୍ୱ ଚମ୍ପିଆନ୍‍ କାଜାଖ୍‍ସ୍ତାନର ଦିନା ଝୋଲାମ୍ୟାନ୍‍ଙ୍କୁ ପରାସ୍ତ କରିଛନ୍ତି। ମନୀଷା ମଧ୍ୟ ୫-୦ ନିଷ୍ପତ୍ତିରେ ବିଜୟୀ ହୋଇଥିଲେ। କ୍ୱାର୍ଟରଫାଇନାଲରେ ବିଶ୍ୱର ୧ନଂ ବକ୍ସର ପେଟ୍ରୋଭା ଷ୍ଟୋଏକୋଭାଙ୍କ ମୁକାବିଲା କରିବେ ମନୀଷା। ମ୍ୟାରି କମ୍‍ ଓ ମନୀଷାଙ୍କୁ ଛାଡ଼ି ଅନ୍ୟ ଦୁଇ ଭାରତୀୟ ଲଭ୍‍ଲିନା ବର୍ଗୋହେନ୍‍ ଓ ଭାଗ୍ୟବତୀ କଚାରି ମଧ୍ୟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୬୯ କେଜି ବିଭାଗରେ ଲଭ୍‍ଲିନା ପାନାମାର ବାଇଲୋନ୍‍ ଆଥିନାଙ୍କୁ ୫-୦ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି। ପୁଣି ୮୧ କେଜି ବିଭାଗରେ ଭାରତର ଭାଗ୍ୟବତୀ କଚାରି କଡ଼ା ମୁକାବିଲା ପରେ ଜର୍ମାନୀର ଇରିନା ନିକୋଲେଟା ସ୍କୋନ୍‍ବର୍ଗରଙ୍କୁ ୪-୧ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି। ତେବେ ଭାରତର ଅନ୍ୟତମ ଶ୍ରେଷ୍ଠ ସ୍ୱର୍ଣ୍ଣପଦକ ଆଶାୟୀ ବକ୍ସର ଏଲ୍‍. ସରିତା ଦେବୀ ପ୍ରିକ୍ୱାର୍ଟର ଲଢ଼େଇରେ ପରାସ୍ତ ହୋଇ ଯାଇଛନ୍ତି। ରବିବାର ୬୦ କେଜି ବିଭାଗରେ ସରିତାଙ୍କୁ ଆୟରଲାଣ୍ଡର କେଲି ଆନ୍‍ ହାରିଂଟନ୍‍ ୩-୨ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories