www.samajalive.in
Sunday, December 7, 2025
26.1 C
Bhubaneswar

ଘରେ ପଶି ୧୭ ଲକ୍ଷର ସୁନା,ଟଙ୍କା ଲୁଟିଲେ ଦୁର୍ବୃତ୍ତ

ମୟୁରଭଞ୍ଜ : ମୟୁରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ବଜାର ଅଞ୍ଚଳରେ ଦୁର୍ବୃତ୍ତମାନେ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସୁନା ଗହଣା ଓ ନଗଦ ଟଙ୍କା ସହ ପ୍ରାୟ ୧୭ ଲକ୍ଷ ଟଙ୍କା ଲୁଟ୍‌‌ କରିଛନ୍ତି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
ମିଳିିଥିବା ସୂଚନାନୁଯାୟୀ, ଚଢେଇଭୋଳ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପରିବାର ସହ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଘରେ କେହି ନଥିବାର ସୁଯୋଗ ନେଇ ଦିବାଲୋକରେ ତାଙ୍କ ଘରେ ପଶି ଆଲମିରା ଭାଙ୍ଗି ସୁନା ,ଟଙ୍କା ଲୁଟ୍‌‌ କରି ଚମ୍ପଟ ମାରିଥିଲେ। ପରିବାର ଲୋକେ ଘରେ ପହଞ୍ଚି ଜିନିଷପତ୍ର ଏଣେତେଣେ ପଡିଥିବା ସହ ଟଙ୍କା ସୁନା ନଥିବା ଦେଖିଥିଲେ। ଏନେଇ କରଞ୍ଜିଆ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories