www.samajalive.in
Monday, December 8, 2025
24.1 C
Bhubaneswar

ରେଳ ଭିତ୍ତିଭୂମିର ଆଧୁନିକୀକରଣ, ରେଳ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ଖୋର୍ଦ୍ଧା ରେଳ ମଣ୍ଡଳର ମଞ୍ଚେଶ୍ୱର, ଭୁବନେଶ୍ୱର ଓ ହରିଦାସପୁର ଷ୍ଟେସନ ଗୁଡିକରେ ନିରାପତ୍ତା ସମ୍ବନ୍ଧୀୟ ଓ ଆଧୁନିକୀକରଣ ସହିତ ଭିତ୍ତିଭୂମି କାର୍ଯ୍ୟ ପାଇଁ ଚଳିତ ମାସର ୧୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନେକ ଗୁଡିଏ ରେଳଗାଡି ଗୁଡିକର ଚଳାଚଳରେ ବ୍ୟାହତ ହେବ। ଫଳରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ଏବଂ ଦେଇ ଚଳାଚଳ କରୁଥିବା ୮୫ଟି ରେଳଗାଡି ଗୁଡିକୁ ଏହି ସମୟ ଅବଧି ମଧ୍ୟରେ ବାତିଲ କରି ଦିଆଯାଇଛି। ସେହିଭଳି ୧୨ଟି ରେଳଗାଡି ଗୁଡିକ ଆଂଶିକ ବାତିଲ କରାଯାଇଛି। ୪ଟି ରେଳଗାଡି ଯଥା ଗାଡି ସଂଖ୍ୟା ୨୦୮୦୮ ଅମୃତସର – ବିଶାଖାପଟନମ ଏକ୍ସପ୍ରେସ ୧୬, ୧୯, ୨୦, ୨୩ ଓ ୨୬ ତାରିଖରେ ଭୁବନେଶ୍ୱରରୁ ଅନୁଗଳ, ରେଢ଼ାଖୋଲ ପରିବର୍ତ୍ତେ ସମ୍ବଲପୁର, ଟିଟିଲାଗଡ଼, ରାୟଗଡ଼ା ଓ ବିଜୟନଗରମ ଦେଇ ଚଳାଚଳ କରିବ। ଗାଡି ସଂଖ୍ୟା ୨୦୮୦୭ ବିଶାଖାପଟମ – ଅମୃତସର ଏକ୍ସପ୍ରେସ ୧୮, ୧୯, ୨୨, ୨୫, ୨୬ ଓ ୨୯ ତାରିଖରେ ପରିବର୍ତ୍ତିତ ମାର୍ଗ ବିଜୟନଗରମ, ରାୟଗଡ଼ା, ଟିଟିଲାଗଡ଼ ଓ ସମ୍ବଲପୁର ଦେଇ ଚଳାଚଳ କରିବ। ସେହଭଳି ରେଳଗାଡି ସଂଖ୍ୟା ୧୨୧୪୫ ଏଲଟିଟି – ପୁରୀ ଏକ୍ସପ୍ରେସ ରାଜଆଠଗଡ଼, ନରାଜ ମାର୍ଥାପୁର, ବାରଙ୍ଗ ଦେଇ ୧୩ ତାରିଖରେ ଏବଂ ୧୫ ତାରିଖରେ ରେଳଗାଡି ସଂଖ୍ୟା ୧୨୧୪୬ ପୁରୀ – ଏଲଟିଟିଇ ଏକ୍ସପ୍ରେସ ବାରଙ୍ଗ, ନରାଜ ମାର୍ଥାପୁର, ରାଜଆଠଗଡ଼ ଦେଇ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories