ସମ୍ବଲପୁର: ବଜରଙ୍ଗ ଦଳ ସମ୍ବଲପୁର ପକ୍ଷରୁ ସ୍ଥାନୀୟ ପରଦେଶୀପଡ଼ା ଠାରେ ଭାରତ ସଂକଳ୍ପ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭାରତ ମାତାଙ୍କ ପୂଜନ କରାଯାଇ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଆକାଶ ସାହୁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ରୁପେ ସୁଧିର ରଞ୍ଜନ ବହିଦାର ଯୋଗ ଦେଇ ଅଖଣ୍ଡ ଭାରତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଆଗାମୀ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସଚେତନତା କରାଯାଇଥିଲା। ପରଦେଶୀ ପଡ଼ାର ସମସ୍ତ ଘରେ ତ୍ରିରଙ୍ଗା ପତାକା ଲଗାଇବା ପାଇଁ ଉପସ୍ଥିତ ସଦସ୍ୟ ମାନେ ନିଷ୍ପତ୍ତି ନେଇଥିଲେ। ଏହି ବୈଠକରେ ବିକି ମହାନନ୍ଦ, ଶେଖର ସ୍ୱାମୀ, ରାଜେଶ ସେନାପତି, ରାହୁଲ ଯାଦବ, ସୁନୀଲ ସାହୁ ପ୍ରମୁଖ ଭୂମିକା ନେଇଥିବା ବେଳେ ଛୋଟ ପିଲା ମାନଙ୍କୁ ଜାତୀୟ ପତାକା ବଣ୍ଟନ କରାଯାଇଥିଲା। ଶେଷରେ ବିଶ୍ୱଜିତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



