www.samajalive.in
Saturday, December 6, 2025
19.1 C
Bhubaneswar

ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର ରଖିବ ଟିମ୍ ସାଇନ୍

ଭୁବନେଶ୍ବର: ରାଜଧାନୀକୁ ସ୍ବଚ୍ଛ ଏବଂ ସୁନ୍ଦର ରଖିବା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏକ ନୂଆ ପଦକ୍ଷେପ ସ୍ବରୂପ ଗଠନ ହୋଇଛି ଟିମ୍ ସାଇନ୍(ସାନିଟେସନ ଆଣ୍ଡ୍‌ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ)। ଏଣିକି ଭୁବନେଶ୍ବର ଗଳିକନ୍ଦିରେ ବୁଲିବ ଟିମ୍ ସାଇନ ବା ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌। ରବିବାର ଭୁବନେଶ୍ବର ମେୟର ଓ କମିଶନର ଏହାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି। ଅଳିଆ ଆବର୍ଜନା ବାହାରେ ପକାଇଲେ ପ୍ରଥମେ ଟିମ୍‌ ଦ୍ବାରା ସଚେତନ କରାଯିବ। ଏହାପରେ ବି ଯଦି ଅଳିଆ ଆବର୍ଜନା ପଡ଼େ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି। ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ରହିବେ। ପ୍ରତି ସ୍କ୍ଵାଡରେ ରହିବେ ୫ ଜଣ ସଦସ୍ୟ।

ଶୁଭାରମ୍ଭ ଅବସରରେ ବିଏମସି ଟିମ୍‌ ସାଇନର ରୋଡ୍ ଶୋ’ ଅନୁଷ୍ଠିତ ହୋଇଛି। ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ପର୍ଯ୍ୟନ୍ତ ରୋଡ ଶୋ’ ହୋଇଛି। ଏହି ରୋଡ୍ ଶୋ’ ମାଧ୍ୟମରେ ରାଜଧାନୀବାସୀଙ୍କୁ ସ୍ବଚ୍ଛତା ସମ୍ବନ୍ଧରେ ସଚେତନ କରାଯାଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories