www.samajalive.in
Sunday, December 14, 2025
26.1 C
Bhubaneswar

ଗଙ୍ଗାଧର ସାହିତ୍ୟରେ ଭାସି ଉଠିଲା କଲା ଦହନା

ବୁର୍ଲା : ବରଗଡ କଟାପାଲି କଲା ଦହନା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠାତା ଦିନେଶ ଭୋଇଙ୍କ ସମ୍ପାଦନାରେ ଅନଲାଇନ୍  ମାଧ୍ୟମରେ ସ୍ୱାଭାବ କବିଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା। ଆଲୋଚନା ପ୍ରସଙ୍ଗଟି ଥିଲା “ଗଙ୍ଗାଧରଙ୍କ ସାହିତ୍ୟରେ ପ୍ରକୃତି ଚିତ୍ର”। ସିଦ୍ଧାନ୍ତ କୁମାର ଦାସ ଏବଂ ଅଧ୍ୟାପିକା ସୁନିତା ପଣ୍ଡା ମୁଖ୍ୟ ବକ୍ତା ଭାବରେ ଥିଲେ ଏବଂ ଅତିଥି କବି ଭାବରେ ଅଧ୍ୟାପକ କାଳିଆ ସେଠି ଯୋଗ ଦେଇଥିଲେ ଏବଂ ଗଙ୍ଗାଧରଙ୍କ ଜୀବନୀ ପ୍ରସଙ୍ଗଟି ଆଲୋଚନା କରିଥିଲେ ସୁନିତା ପଣ୍ଡା ଓ ତାଙ୍କ ସାହିତ୍ୟ କୃତି ରେ ପ୍ରକୃତିର ଅବତାରଣାକୁ ବିଶ୍ଳେଷଣ କରିଥିଲେ ସିଦ୍ଧାନ୍ତ କୁମାର ଦାସ। ପ୍ରାରମ୍ଭିକ ସଙ୍ଗୀତ ତଥା “ମଙ୍ଗଳେ ଅଇଲା ଉଷା” ଏବଂ “ବିଶ୍ୱ ଜୀବନ ହେ ତୁମ୍ଭଙ୍କୁ କରୁଣା ସିନ୍ଧୁ” କବିତା ଗାନ କରିଥିଲେ ସୁନୀଲ କୁମାର ଦାସ ତତ୍ପରେ ଭାରତୀ ଲେଙ୍କା, ଫାଲ୍ଗୁନୀ ରଣା, କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରବୁଖ କବିକାର ଗଣ ଗଙ୍ଗାଧରଙ୍କ ଲିଖିତ କବିତା ସମୂହ ଗାନ କରିଥିଲେ। ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଆସରସୁମଧୁର କଣ୍ଠରେ ଏବଂ ମୁଖରିତ ହୋଇଉଠିଥିଲା। ସାହିତ୍ୟ ଅନୁଷ୍ଠାନ ମାନଙ୍କ ମଧ୍ୟରୁ କେବଳ କଲା ଦହନା ସାଂସ୍କୃତିକ ଅନୁଷ୍ଠାନ ହିଁ ଏହିପରି ସାହିତ୍ୟ ପ୍ରତି ଅନୁରାଗୀ ଏବଂ ବିଶାଳ ସାହିତ୍ୟ ପ୍ରେମୀ ଅଟେ ବୋଲି ମୁଖ୍ୟ ଅଭିଭାଷଣ କରିଥିଲେ। ଗଙ୍ଗାଧରଙ୍କ ସାହିତ୍ୟ କୃତିକୁ ଖୁବ୍ ପ୍ରାଞ୍ଜଳ ଏବଂ ସରଳ ଭାବେ ବୁଝାଇଥିଲେ ମୁଖ୍ୟ ବକ୍ତା ଗଣ ଏବଂ ଆସରରେ ଯୋଡି ହୋଇଥିବା ଅନେକ ଛାତ୍ର ଛାତ୍ରୀ ସ୍ନାତକ, ପ୍ଲସ ଟୁ, ଦଶମ, ପିଜି ପିଏଚଡ଼ି ପିଲା ମାନେ ଯୋଗ ଦେଇଥିଲେ ଏବଂ ତାଙ୍କର ପାଠ୍ୟକ୍ରମରେ ଥିବା ମଙ୍ଗଳେ ଅଇଲା ଉଷା ପ୍ରସଙ୍ଗଟିକୁ ବୁଝିଥିଲେ ଏବଂ ଉପକୃତ ହୋଇଥିଲେ।  ଅନେକ ସଂଖ୍ୟାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ତଥା ଶିକ୍ଷାନୁଷ୍ଠାନ ମାନଙ୍କର ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ ଇତ୍ୟାଦି ଗୁରୁଜନ ମାନେ ମଧ୍ୟ ଆସରରେ ଯୋଗ ଦେଇ ଗଙ୍ଗାଧର ସାହିତ୍ୟକୁ ଉପଭୋଗ କରିଥିଲେ। ପରିଶେଷରେ ସମସ୍ତେ ଗଙ୍ଗାଧରଙ୍କ ଜନ୍ମଭୂମି କବିତା, ବିଶ୍ୱ ଦେଖ ମଧୁମୟ କବିତାକୁ ଗାନ କରି ଆସରଟିକୁ ବିରାମ ଦେଇଥିଲେ । ସମସ୍ତ ଗୁରୁଜନ ଏବଂ ମୁଖ୍ୟ ଅତିଥି ମାନଙ୍କର କଲା ଦହନାର ସାହିତ୍ୟ ପ୍ରତି ଥିବା ପ୍ରଗାଢ଼ ଆସ୍ଥା ତଥା ପ୍ରୀତି ଭାବକୁ ଭୁୟସୀ ପ୍ରଶଂସା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories