www.samajalive.in
Sunday, December 14, 2025
23.1 C
Bhubaneswar

ପୂର୍ବତନ ଡକାୟତ ମଲଖାନ ସିଂହ କଂଗ୍ରେସରେ ସାମିଲ

ଭୋପାଳ: ପୂର୍ବତନ ଡକାୟତ ମଲଖାନ ସିଂହ କଂଗ୍ରେସରେ ସାମିଲ ହୋଇଛନ୍ତି। ମଧ୍ୟପ୍ରଦେଶସ୍ଥିତ ପାର୍ଟି ମୁଖ୍ୟାଳୟରେ ବୁଧବାର ସନ୍ଧ୍ୟାରେ ପିସିସି ମୁଖ୍ୟ କମଲ ନାଥ ଏବଂ ବିରୋଧୀ ଦଳ ନେତା ଗୋବିନ୍ଦ ସିଂହଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତା କିଛି ମାସ ମଧ୍ୟରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦଳରେ ସାମିଲ ହେବା ଅବସରରେ ମଲଖାନ ସିଂହ କହିଛନ୍ତି ଯେ, ‘‘ମୁଁ ବିଜେପି ଛାଡ଼ି ଆଜି କଂଗ୍ରେସରେ ସାମିଲ ହୋଇଛି। ଏକ ନୀତିଗତ ଦଳ ଏବଂ ଆଦର୍ଶ କାର୍ଯ୍ୟ କରିବ ବୋଲି ଭାବି ମୁଁ ବିଜେପି ପାଇଁ ପ୍ରଚାର କରିଥିଲି। କିନ୍ତୁ ମୁଁ ବିଗତ ୨୦ ବର୍ଷ ମଧ୍ୟରେ ବିଜେପି ଶାସନରେ ଯେତିକି ଦୁର୍ନୀତି ଦେଖିଛି, ୫୦ ବର୍ଷ ଧରି କଂଗ୍ରେସ ଶାସନରେ ସେତିକି ଦୁର୍ନୀତି ଦେଖି ନଥିଲି। ମୁଁ ସର୍ବଦା ଅନ୍ୟାୟ ବିରୁଦ୍ଧରେ ଲଢେଇ କରିଛି।’’

ଶାସକ ଦଳ ବିଜେପି ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ସେ କହିଛନ୍ତି, ବିଜେପି ନେତାମାନେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛନ୍ତି। କଂଗ୍ରେସରେ ଯୋଗଦେବା ପରେ ମଲଖାନ ସିଂହ କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନରେ ​​ସେ ଗ୍ୱାଲିଅର-ଚମ୍ବଲ ନିର୍ବାଚନ ମଣ୍ଡଳୀରୁ ବିଜେପିକୁ ହଟାଇ ଦେବେ। କଂଗ୍ରେସ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଶିକ୍ଷା ବିଭାଗର ପୂର୍ବତନ ଅଧିକାରୀ ସନ୍ତୋଷ ଶର୍ମା ମଧ୍ୟ ୧,୨୦୦ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ, ଦୁଇ ଦଶନ୍ଧି ଧରି ଚମ୍ବଲ ଅଞ୍ଚଳରେ ଜଣେ ଭୟଙ୍କର ଡକାୟତ ଭାବେ ଜଣାଶୁଣା ମଲଖାନ ସିଂହ ୧୯୮୨ରେ ଆତ୍ମସମର୍ପଣ କରିଥିଲେ। ଏହାପରେ ସେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories