ଧାମରା: ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କ୍ରାନ୍ତି ଦିବସ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ହୋଇଥିବା ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ବୀର ଯବାନ ସୁବେଦାର ନରହରି ମଲ୍ଲିକ ଓ ସମ୍ମାନୀତ ଅତିଥି ଜୟଦେବ ପ୍ରଧାନ ଏବଂ ପ୍ରଦ୍ୱୀପ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏନ ଏସ ଏସ ତରଫରୁ ପ୍ରୋଗ୍ରାମ ଅଫିସର ରାଜେନ୍ଦ ନାରାୟଣ ରାଉତ ଏହି ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ରାଜନୀତି ବିଞାନର ଅଧ୍ୟାପକ ଜଗନ୍ନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଏନ ଏସ ଏସ ତରଫରୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତ ବ୍ୟକ୍ତି ନିଜ ନିଜର ବକ୍ତବ୍ୟରେ ଏନ ଏସ ଏସ ର ଲକ୍ଷ୍ୟ ଓ ଉପଯୋଗିତା ବିଷୟରେ ବକ୍ତବ୍ୟ ରଖିଥିଲେ। ପରେ ସମସ୍ତ ବ୍ୟକ୍ତି ବିଶେଷ କ୍ରାନ୍ତି ଦିବସ ଅବସରରେ ବିଦ୍ୟାଳୟ ପରିସରରେ ୯୦ଟି ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ।
Popular Categories



