www.samajalive.in
Saturday, December 6, 2025
26.1 C
Bhubaneswar

ଫାଇଲେରିଆ ଔଷଧ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ 

ପାତ୍ରପୁର : ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଫାଇଲେରିଆ ରୋଗର ନିରାକରଣ ପାଇଁ ସାମୂହିକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଶୁଭାରମ୍ଭ ହୋଇଛି । ପାତ୍ରପୁର ବ୍ଲକ କାର୍ୟ୍ୟାଳୟ ପରିସରରେ ଆୟୋଜିତ କାର୍ୟ୍ୟକ୍ରମକୁ ବିଡ଼ିଓ ସୁମନ ସୁଧା କୁଣ୍ଡୁ ଶୁଭାରମ୍ଭ କରିବା ସହ ପ୍ରଥମେ ଔଷଧ ଖାଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସମ୍ବିତ ବେଗରାୟ ବିଡ଼ିଓଙ୍କୁ ଔଷଧ ଦେବା ସହିତ ଫାଇଲେରିଆ ନିରାକରଣ ପାଇଁ ସରକାର ଏହି କାର୍ୟ୍ୟକ୍ରମ ହାତକୁ ନେଇ ଏହାର ମୂଳ ଉପ୍ତାଡନ ପାଇଁ ପଦକ୍ଷେପ ନେଇ ଥିବା ବେଳେ ସବୁ ସ୍ତରରେ ସହଯୋଗ କରିବାକୁ ନିବେଦନ କରିଥିଲେ। ଜରଡା ଥାନା ପରିସରରେ ଅଧିକାରୀ ସୁନିଲ କୁମାର ବେହେରାଙ୍କୁ ଡାକ୍ତରଙ୍କ ପକ୍ଷରୁ ଦିଆଯାଇଥିବା ଔଷଧ ଖାଇଥିଲେ। ଏହା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ସାମନ୍ତିଆପଲ୍ଲୀ ଶ୍ରୀଭରତପତି ମହାବିଦ୍ୟାଳୟ ଗସ୍ତ କରି ଏକ ସଚେତନତା ସଭା କରି ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କୁ ଔଷଧ ପ୍ରଦାନ କରି କାର୍ୟ୍ୟକ୍ରମର ଲକ୍ଷ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ତରଫରୁ ପରିଦର୍ଶିକା ଭାବେ ସୁଶ୍ରୀ ନିବେଦିତା ,ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପଦ୍ମିନୀ ନାୟକ,ଦୀପକ ମହାପାତ୍ର, ଆରବିଏସକେ ଟିମ ସହଯୋଗ କରିଥିଲେ । ଶ୍ରୀଭରତପତି ମହାବିଦ୍ୟାଳୟରେ ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ୟ୍ୟ,ଡ. ଜୟପ୍ରକାଶ ପାଢ଼ୀ ସମେତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories