www.samajalive.in
Thursday, December 11, 2025
16.1 C
Bhubaneswar

ବୀରନରସିଂହପୁରରେ ମେଗା ରକ୍ତଦାନ ଶିବିର, ୪୫ ୟୁନିଟ ରକ୍ତ ସଂଗ୍ରହ

ହରଭଙ୍ଗା:ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ନର୍ସରୀ ଠାରେ ଗଡଜାତ ସାଂସ୍କୃତିକ ପରିଷଦ ପକ୍ଷରୁ ବିଶ୍ବ ଜନଜାତି ଦିବସ ଓ କ୍ରାନ୍ତି ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲା ମୁଖ୍ୟ ଚିକିତ୍ସକ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ଜୟକୃଷ୍ଣ ମିଶ୍ର, ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସକ୍ଷହିତ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଗଡଜାତ ସାଂସ୍କୃତିକ ପରିଷଦର ସଭାପତି ବିଶ୍ୱଜିତ ମିଶ୍ର, ସମ୍ପାଦକ ଦେବାଶିଷ ମହାକୁଡ, ଜୟ କିଶୋର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ଗାଈଗୌରିଆ, ନରେନ୍ଦ୍ର ସାହୁ, ଦେବେନ୍ଦ୍ର ସାହୁ, ରଘୁ ଷଡ଼ଙ୍ଗୀ, ସୁଜ୍ଞାନ ପ୍ରଧାନ ଓ ବିର୍ସାମୁଣ୍ଡା ଆଦିବାସୀ ମହାସଂଘ ସମେତ ପରିଷଦର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ। ଶିବିରରେ ୪୫ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories