ହାଇଦରାବାଦ : ଆମେରିକାର ନ୍ୟୁଜର୍ସିରେ ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାର ଶିକାର ଭାରତୀୟ ଜଣଙ୍କ ହେଉଛନ୍ତି ତେଲଙ୍ଗାନାର ସୁନିଲ ଏଡଲା (୬୧)। ସୁନିଲଙ୍କୁ ଜଣେ ୧୬ବର୍ଷର ନାବାଳକ ଗୁଳି କରି ହତ୍ୟା କରିଛି। ସୁନିଲ ଏକ ହସ୍ପିଟାଲିଟି ଇଣ୍ଡଷ୍ଟ୍ରିରେ ଅଡିଟର ଭାବେ କାମ କରନ୍ତି। ଶୁକ୍ରବାର ସୁନିଲ ତାଙ୍କ ଅଫିସକୁ ଯାଉଥିବାବେଳେ ବାଳକ ଜଣଙ୍କ ତାଙ୍କୁ ଗୁଳି କରି କାର୍ ଯୋଗେ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ସୁନିଲଙ୍କର ମୃତ୍ୟୁ ହୋଇଥିବାବେଳେ ପୁଲିସ ହତ୍ୟାକାରୀ ନାବାଳକକୁ ଗିରଫ କରିଛି।
Popular Categories



