www.samajalive.in
Monday, December 8, 2025
24.1 C
Bhubaneswar

କାଶ୍ମୀର ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ରେକର୍ଡ ୭୪% ମତଦାନ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଶନିବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିପୁଳ ମତଦାନ ହୋଇଛି। ନିର୍ବାଚନ ବର୍ଜନ ଧମକ ଓ ଦୁଇ ଦିନ ହେଲା ଆତଙ୍କବାଦୀଙ୍କ ଉତ୍ପାତ ସତ୍ତ୍ବେ ଲୋକେ ବହୁ ସଂଖ୍ୟାରେ ମତଦାନ ସାବ୍ୟସ୍ତ କରିଛନ୍ତି। ମୋଟ ୭୪.୧ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଏହା ଏକ ରେକର୍ଡ ବୋଲି କୁହାଯାଉଛି। କାଶ୍ମୀର ଅଞ୍ଚଳର ୧୬, ଜାମ୍ମୁ ଅଞ୍ଚଳର ୨୧ ଓ ଲଦାଖ ଅଞ୍ଚଳର ୧୦ଟିକୁ ମିଶାଇ ମୋଟ ୪୭ଟି ବ୍ଲକ ମଧ୍ୟରୁ କାଶ୍ମୀର ଅଞ୍ଚଳରେ ୬୪.୫ ପ୍ରତିଶତ ଓ ଜାମ୍ମୁ ଅଞ୍ଚଳରେ ୭୯.୫ ପ୍ରତିଶତ ମତଦାନ ହୋଇଛି। ମୋଟ ୨ଲକ୍ଷ ୩୫ହଜାର ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ଜଣାଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories